Latest Odisha News

BREAKING NEWS

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି : ୨୨ରେ ବାତ୍ୟା ରୂପ ନେବ

ଭୁବନେଶ୍ୱର: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଂଟା ଭିତରେ ଭାରତ ମହାସାଗର ଓ ତତ୍ସଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ୨୨ରେ ଏହା ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରୁଛନ୍ତି । ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଓଡିଶା ଉପକୂଳ ଠାରୁ ୨୦୦ କିଲୋମିଟର ଦୂରରେ ଏହାର ଗତିପଥ ପରିବର୍ତ୍ତନ କରିବ ।

ଗତିପଥ ପରିବର୍ତ୍ତନ କରିବା ପରେ ଏହା ଉତର ଉତ୍ତର ପଶ୍ଚିମ ଦିଗରେ ଗତି କରି ବାଙ୍ଗଲାଦେଶରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଆକଳନ କରାଯାଉଛି । ଏହାର ପ୍ରଭାବରେ ଉପକୂଳ ଓଡିଶାରେ ପାଗ ମେଘୁଆ ରହିପାରେ ଏବଂ ସ୍ଥାନେ ସ୍ଥାନେ ଅଳ୍ପ ବର୍ଷା ହେବା ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓଡିଶାରେ କିନ୍ତୁ ଗ୍ରୀଷ୍ନ ପ୍ରବାହ ଜାରି ରହିବ ବୋଲି କହିଛନ୍ତି ପାଣିପାଗ ବିଭାଗ ମୁଖ୍ୟ ଶରତ ଚନ୍ଦ୍ର ସାହୁ ।

Comments are closed, but trackbacks and pingbacks are open.