Latest Odisha News

BREAKING NEWS

ଗାନ୍ଧୀ ପରିବାର କଂଗ୍ରେସର ନେତୃତ୍ୱ ଛାଡନ୍ତୁ , ନୂଆ ଅଧ୍ୟକ୍ଷ ଖୋଜାଯାଉ : କପିଲ ଶିବଲ

ଦିଲ୍ଲୀ : ଗାନ୍ଧୀ ପରିବାର ଛଡା ଆଉ କାହାକୁ କଂଗ୍ରେସ ନେତୃତ୍ୱ ଗଢିବାର ସୁଯୋଗ ଦିଆଯାଉ । ଏମିତି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା କପିଲ ଶିବଲ । ୫ଟି ରାଜ୍ୟରେ କଂଗ୍ରେସ ବିଧାନସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିବା ପରେ ନେତୃତ୍ୱ ପରିବର୍ତ୍ତନ କରିବା ପାଇଁ ସ୍ୱର ଉଠାଇଛନ୍ତି କପିଲ ଶିବଲ ।

ରବିବାର ଦିଲ୍ଲୀରେ କଂଗ୍ରେସ ୱାର୍କିଂ କମିଟି ବୈଠକ ହୋଇଥିଲା ।ଏହି ବୈଠକରେ ଦଳ କାହିଁ କି ଖରାପ ପ୍ରଦର୍ଶନ କଲା ସେ ବିଷୟରେ ତର୍ଜମା କରାଯାଇଥିଲା । ଏହି ସମୟରେ କପିଲ ଶିବଲ କଂଗ୍ରେସ ନେତ୍ୱତ୍ୱ ପରିବର୍ତ୍ତନ କରିବା ପାଇଁ ଦାବି କରିଛନ୍ତି । କପିଲ ଶିବଲ ଜି-୨୩ ନେତେମାନଙ୍କ ସମ୍ମୁଖରେ କଂଗ୍ରେସର ନେତ୍ୱତ୍ୱ ପରିବର୍ତ୍ତନ ସହ ନୂତନ ଅଧ୍ୟକ୍ଷ ନିଯୁକ୍ତି ପାଇଁ କହିଛନ୍ତି।

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବାବେଳେ କପିଲ ଶିବଲ କହିଛନ୍ତି । ପାଞ୍ଚୋଟି ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସ ଖରାପ ପ୍ରଦର୍ଶନ ପାଇଁ ମୁଁ ବ୍ୟସ୍ତ ନୁହେଁ ବୋଲି କହିଛନ୍ତି । ୨୦୧୪ ପରଠାରୁ କଂଗ୍ରେସ ଲଗାତାର ଭାବରେ ତଳକୁ ଯାଉଛି । ୨୦୧୪ ରୁ ଆଜି ପର୍ଯ୍ୟନ୍ତ ୧୧୭ ସାଂସଦ ଓ ପାର୍ଟି ଟିକେଟରୁ ନିର୍ବାଚନ ଲଢୁଥିବା ୨୨୨ ଆଶାୟୀ କଂଗ୍ରେସ ଛାଡି ଚାଲିଗଲେଣି । ଆଉ କେଉଁ ରାଜନୈତିକ ଦଳରେ ଆପଣମାନେ ଏପରି ଦେଖିଛନ୍ତି କି ? ବୋଲି ପ୍ରଶ୍ନ କରିଛନ୍ତି କପିଲ ଶିବଲ ।

୧୩ ମାର୍ଚ୍ଚ କଂଗ୍ରେସ କମିଟି ବୈଠକରେ ଯେଉଁ ନିଷ୍ପତି ନିଆଯାଇଥିଲା ।ସେଥିପାଇଁ ମୁଁ ଚିନ୍ତିତ ଥିଲି ବୋଲି କପିଲ ଶିବଲ କହିଛନ୍ତି । କପିଲ ଶିବଲ କହିଛନ୍ତି ଯଦି ୮ ବର୍ଷ କୌଣସି ରାଜନୈତିକ ଦଳ ତାଙ୍କ ଦଳ ହାରୁଛି କାହିଁକି ଜାଣି ପାରୁନି ତାଠାରୁ ବଡ ଚିନ୍ତାର ବିଷୟ ନାହିଁ ବୋଲି କପିଲ ଶିବଲ କହିଛନ୍ତି ।କଂଗ୍ରେସର ଇତିହାସ କହୁଛି ପ୍ରତିବର୍ଷ ଅଧ୍ୟକ୍ଷ ବଦଳିବା ଦରକାର ।

କୌଣସି ଅଧ୍ୟକ୍ଷ ଏତେ ସମୟ ରହିବା ମୁଁ ଦେଖିନାହିଁ ବୋଲି କହିଛନ୍ତି ।ସେପଟେ କପିଲ ସିବଲ କହିଛନ୍ତି କଂଗ୍ରେସ ଛାଡି ମୋର ଆଉ କୌଣସି ଦଳକୁ ଯିବାର ନାହିଁ । ମୁଁ ଏଥିପାଇଁ ଏସବୁ ପ୍ରଶ୍ନ ଉଠାଇଛି ଯେହେତୁ ମୁଁ କଂଗ୍ରେସ ସମର୍ଥକ ବୋଲି କପିଲ ଶିବଲ କହିଛନ୍ତି ।

Comments are closed, but trackbacks and pingbacks are open.