Latest Odisha News

BREAKING NEWS

ଯାଜପୁରରେ ଓଲଟିଲା ଏଲପିଜି ଗ୍ୟାସ୍ ଟ୍ୟାଙ୍କର, ଲୋକେ ଭୟଭୀତ

ଯାଜପୁର: ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ କଢେଇ ଛକ ନିକଟ ୧୬ ନଂ ଜାତୀୟ ରାଜପଥରେ ଶନିବାର ଦିନ ଏକ ଏଲପିଜି ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଓଲଟି ପଡିଛି । ସେଥିରୁ ଗ୍ୟାସ୍ ଲିକ୍ ହେଉଥିବା ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି ।

BjdElectrycity

ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ସମ୍ପୃକ୍ତ ରାସ୍ତାକୁ ସିଲ୍ କରିବା ସହିତ ଟାଙ୍କି ଉପରେ ପାଣୀ ସିଞ୍ଚନ କରୁଥିବା ଜଣାପଡିଛି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବାଲେଶ୍ୱରରୁ ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍ ଲିକକୁ ବନ୍ଦ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଉକ୍ତ ଟ୍ୟାଙ୍କରଟି କଟକରୁ କୋଲକାତା ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା । ପରବତ୍ତୀ ସମୟରେ ଏଥିରେ ଆହତ ଗାଡି ଚାଳକ ଓ ହେଲପରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ଟ୍ୟାଙ୍କରରୁ ନିର୍ଗତ ହେଉଥିବା ଗ୍ୟାସକୁ ରୋକିବା ପାଇଁ ପ୍ରୟାସ ଜାରି ରହିଥିବା ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.