Latest Odisha News

ଜାନୁଆରୀ ୧୭ ଯାଏଁ ଓଡିଶାରେ ଜାରି ରହିବ ଶୀତ ଲହରୀ

ଭୁବନେଶ୍ୱର: ଓଡିଶାର ଅଧିକାଂଶ ସ୍ଥାନରେ ରାତ୍ରୀର ତାପମାତ୍ରା ପ୍ରାୟ ୧୦ ଡିଗ୍ରୀ ସେଲସିୟସକୁ ଖସିଥିବା ନେଇ ଶନିବାର ଦିନ ରେକର୍ଡ କରାଯାଇଛି ।

BjdElectrycity

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଆଗାମୀ ଏକ ସପ୍ତାହ ଯାଏଁ ଜଳବାୟୁରେ କୌଣସି ପରିବର୍ତ୍ତନ ହେବନାହିଁ । ଯାହାଫଳରେ ଆସନ୍ତା ଜାନୁଆରୀ ୧୭ ତାରିଖ ଯାଏଁ ରାଜ୍ୟରେ ଶୀତ ଲହରୀ ଜାରି ରହିବ ।

ପାଣିପାଗ କେନ୍ଦ୍ରର ବୁଲେଟିନ୍ ଅନୁଯାୟୀ ସୋନପୁରରେ ସର୍ବନିମ୍ନ ତାପମାତ୍ରା ୬.୮ ଡିଗ୍ରୀ ରେକର୍ଡ କରାଯାଇଥିଲା ବେଳେ ଦାରିଙ୍ଗବାଡିରେ ତାପମାତ୍ରା ୯ ଡିଗ୍ରୀ ରହିଥିଲା । ସେହିପରି ଟିଟିଲାଗଡ (୮.୬), ସମ୍ବଲପୁର (୯.୫), କେନ୍ଦୁଝର (୯), ଫୁଲବାଣୀ (୮.୫), ଝାରସୁଗୁଡା (୮.୬) ଓ ଅନୁଗୁଳ (୮.୬) ରହିଥିଲା ।

ଏହାବ୍ୟତିତ କିଛିକିଛି ସ୍ଥାନରେ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ୍ ତଳେ ରହିଥିଲା । ସେଥିମଧ୍ୟରେ ବାଲେଶ୍ୱର (୧୦), କଟକ (୧୧.୪), ବାରିପଦା (୧୦.୪), ସୁନ୍ଦରଗଡ (୧୦), ହୀରାକୁଦ (୧୧.୯), ତାଳଚେର(୧୧.୩), ଭବାନୀପାଟଣା (୧୧.୨), ବଲାଙ୍ଗୀର (୧୧), କୋରାପୁଟ (୧୨.୨) ଓ ମାଲକାନଗିରି (୧୦) ରହିଛି । ଆହୁରି ମଧ୍ୟ ଭୁବନେଶ୍ୱରରେ ଶନିବାର ଦିନ ୧୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିଥିଲା ।

Leave A Reply

Your email address will not be published.