Latest Odisha News

BREAKING NEWS

ରାଜଧାନୀରେ ପୁଣି ‘ଆମ ବସ୍’ର ଆତଙ୍କ: ଘଟଣାସ୍ଥଳରେ ଯୁବକଙ୍କ ଶୋଚନୀୟ ମୃତ୍ୟୁ

ଭୁବନେଶ୍ୱର: ରାଜଧାନୀରେ ପୁଣିଥରେ ଦେଖିବାକୁ ମିଳିଛି ଯାତ୍ରୀବାହୀ ବସ୍‌ର ବେପରୁଆ ଚାଳନା। ବାରମ୍ବାର ଦୁର୍ଘଟଣା ଘଟାଇ ସହରବାସୀଙ୍କ ମନରେ ଭୟ ସୃଷ୍ଟି କରୁଥିବା ‘ଆମ ବସ୍’ ଆଜି ପୁଣି ଜଣେ ନିରୀହ ଯୁବକଙ୍କ ମୁଣ୍ଡ ନେଇଛି। ୯୧ ନମ୍ବର ରୁଟ ଆମ ବସ ଘଟାଇଛି ଏହି ଦୁର୍ଘଟଣା। ରାଜଧାନୀର ବ୍ୟସ୍ତବହୁଳ ସତସଙ୍ଗ ବିହାର ଅଞ୍ଚଳରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ିଯାଇଛି।

ଏହି ଛାତିଥରା ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସାଙ୍ଗକୁ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଦୁର୍ଘଟଣା ପରେ ଆଖପାଖର ଲୋକମାନେ ତୁରନ୍ତ ଘଟଣାସ୍ଥଳରେ ରୁଣ୍ଡ ହୋଇଯାଇ ପୋଲିସକୁ ଖବର ଦେଇଥିଲେ।

ଖବର ପାଇବା ମାତ୍ରେ ସହିଦନଗର ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା। ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇବା ସହ ଘଟଣାର ଖୋଳତାଡ଼ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା ବସ୍‌ଟିକୁ ପୋଲିସ ନିଜ ହେପାଜତକୁ ନେଇଥିବା ଜଣାପଡ଼ିଛି। ତେବେ ଖବର ଲେଖାହେବା ସୁଦ୍ଧା ମୃତ ଯୁବକଙ୍କ ପରିଚୟ ସ୍ପଷ୍ଟ ହୋଇପାରି ନାହିଁ।

Leave A Reply

Your email address will not be published.