Latest Odisha News

BREAKING NEWS

ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ

ଭଦ୍ରକ: ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଆଜି ତୃତୀୟ ଦିନ । ଗତକାଲି ମହାକାଳୀ ବେଶୀରେ ଦର୍ଶନ ଦେଇଥିବା ବେଳେ ଆଜି ମା’ ରାଜରାଜେଶ୍ଵରୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ଏଇ ବେଶ ଦର୍ଶନ କଲେ ଅପାର କରୁଣା ଲାଭ ହେବା ସହିତ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ଵାସ ରହିଛି ।

ମା’ଙ୍କର ମୁଖ ମଣ୍ଡଳ ପଦ୍ମବର୍ଣ୍ଣ ଥିବା ବେଳେ ଚତୁର୍ହସ୍ତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମକୁ ଧାରଣ କରି ଚତୁର୍ଦ୍ଧା ମୂତ୍ତିର୍ରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ମା’ ଭଦ୍ରକାଳୀ । କମଳା ରଙ୍ଗର ପାଟବସ୍ତ୍ର ପରିଧାନ କରି ସ୍ବର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ସଜ୍ଜିତ ହୋଇଛନ୍ତି ମା’ । ମାଙ୍କର ଏହି ରାଜରାଜେଶ୍ଵରୀ ବେଶରେ ଦର୍ଶନ କଲେ ଭକ୍ତ ମାନଙ୍କର କର୍ମକ୍ଷେତ୍ରରେ ବିଜୟୀ ହେବା ସହ ଉଚ୍ଚ ପଦ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ଵାସ କରାଯାଏ । ମାଁଙ୍କ ପାଖରେ ବିଶ୍ଵଶାନ୍ତି ମହାଯଜ୍ଞ ପୂଜା, ଗୀତା ପାଠ, ଚଣ୍ଡୀ ପାଠ, ବେଦ ପାଠ ସହ ନାମ ସଂକୀତ୍ତର୍ନରେ ପ୍ରକମ୍ପିତ ହେଉଛି ପୁରା ପରିବେଶ । ପରମ ବୈଷ୍ଣବୀ ମା’ ଭଦ୍ରକାଳୀଙ୍କ ଏହି ବେଶ ଦର୍ଶନ କରିବାକୁ ଶକ୍ତି ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ଛୁଟିଛି ।

Leave A Reply

Your email address will not be published.