Latest Odisha News

BREAKING NEWS

ମା’ ବିରଜାଙ୍କ ସ୍ଵନକ୍ଷତ୍ର ଦିବସ; ଚଳଚଞ୍ଚଳ ଯାଜପୁର

ଯାଜପୁର: ଯାଜପୁରର ଅଧୀଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କର ଆଜି ସ୍ୱନକ୍ଷତ୍ର ଦିବସ । ଜଗତଜିତା ଦୟାମୟୀ ବିପଦହାରିଣୀ ମା’ ବିରଜା ପୀଠ ଦେଶର ଧାର୍ମିକ ପୀଠ ମଧ୍ୟରୁ ଅନ୍ୟତମ । ଜନ୍ମତିଥିରେ କରୁଣାମୟୀ ମା’ ସାବିତ୍ରୀ ବେଶରେ ଭକ୍ତ ଗଣଙ୍କୁ ଦର୍ଶନ ଦେଇଛନ୍ତି ।

ମାଙ୍କର ଏହି ବେଶ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ମାଆଙ୍କର ଏହି ପାପନାସିନୀ ରୂପର ଦର୍ଶନ କରିବା ନିମନ୍ତେ ଆଜି ସକାଳୁ ମନ୍ଦିର ପ୍ରାଙ୍ଗଣରେ ହଜାର ହଜାର ଭକ୍ତଙ୍କ ସମାଗମ ଘଟିଛି ।

ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.