Latest Odisha News

BREAKING NEWS

କୋଣାର୍କ ମନ୍ଦିର ସୁରକ୍ଷା ପ୍ରସଙ୍ଗ: ଏଏସଆଇ ଓ କେନ୍ଦ୍ର ନେବେ ସଂରକ୍ଷଣ ଦାୟିତ୍ୱ

ଭୁବନେଶ୍ୱର: କୋଣାର୍କ ସୂର୍ଯ୍ୟ ମନ୍ଦିରର ମରାମତି ଓ ସଂରକ୍ଷଣ କାର୍ଯ୍ୟ ନେଇ କେନ୍ଦ୍ରୀୟ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ (ଏଏସଆଇ) ସହ ଆଲୋଚନା କରିବେ ବୋଲି ଶୁକ୍ରବାର ଦିନ ସୂଚନା ଦେଇଛନ୍ତି ।

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ପର୍ଯ୍ୟଟନ ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି “କୋଣାର୍କ ସୂର୍ଯ୍ୟ ମନ୍ଦିରରେ କାରୁକାର୍ଯ୍ୟ ପଥର ସ୍ଥାନରେ ଏଏସଆଇ ସାଧା ପଥର ଲଗାଉଥିବା ନେଇ ଅଭିଯୋଗ ହୋଇଛି । ଏହାବ୍ୟତିତ ଡ୍ରେନେଜ୍ ସିଷ୍ଟମର ମରାମତି ମଧ୍ୟ ଏତେଟା ସନ୍ତୋଷଜନକ ନୁହେଁ । ଏହିସବୁ ଅଭିଯୋଗର ବିସ୍ତୃତ ସମୀକ୍ଷା କରିବାର ସମୟ ଆସିଯାଇଛି” ।

ପରବର୍ତ୍ତୀ ସମୟରେ ପୁରୀ ପର୍ଯ୍ୟଟନର ବିକାଶ ଲାଗି ମଧ୍ୟ ସମୀକ୍ଷା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

ଆହୁରି ମଧ୍ୟ କୋଣାର୍କରେ ଚାଲିଥିବା ମେରାଇନ୍ ଇକୋ ରିଟ୍ରିଟ୍ ରେ ରାଷ୍ଟ୍ରୀୟ ପର୍ଯ୍ୟଟନ ସମ୍ମିଳନୀରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି ମନ୍ତ୍ରୀଙ୍କର ।

Leave A Reply

Your email address will not be published.