Latest Odisha News

ରାଜ୍ୟବ୍ୟାପୀ ସାଧାରଣତନ୍ତ୍ର ଦିବସ ପାଳନ: ଜାଣନ୍ତୁ, କିଏ କେଉଁଠି କରିବେ ପତାକା ଉତ୍ତୋଳନ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୬ ତାରିଖରେ ସାରା ଦେଶରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବାକୁ ଥିବା ବେଳେ ଏହି ଅବସରରେ ଭୁବନେଶ୍ୱରରେ ଜାତୀୟ ପତାକା ଉତ୍ତୋଳନ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଏଥିରେ ସମ୍ମାନୀତ ଅତିଥି ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଜାଣନ୍ତୁ, ଏହି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଆଉ କେଉଁ ମନ୍ତ୍ରୀ କେଉଁସବୁ ସ୍ଥାନରେ ପତାକା ଉତ୍ତୋଳନ କରିବେ ।

ଅର୍ଥମନ୍ତ୍ରୀ- ନିରଞ୍ଜନ ପୂଜାରୀ- କଟକ

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ- ବିକ୍ରମ ଆରୁଖ- ସୁବର୍ଣ୍ଟପୁର

ଖଣି ଓ ଇସ୍ପାତ ମନ୍ତ୍ରୀ- ପ୍ରଫୁଲ୍ଲ କୁମାର ମଲ୍ଲିକ- ସୁନ୍ଦରଗଡ଼

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ- ରଣେନ୍ଦ୍ର ପ୍ରତାପ ସ୍ୱାଇଁ- ସମ୍ବଲପୁର

ବାଣିଜ୍ୟ ଓ ପରିବହନ ମନ୍ତ୍ରୀ- ପଦ୍ମନାଭ ବେହେରା- କେନ୍ଦୁଝର

ଆଇନ ମନ୍ତ୍ରୀ – ପ୍ରତାପ ଜେନା- ପୁରୀ

କୃଷିମନ୍ତ୍ରୀ- ଅରୁଣ ସାହୁ- ଗଞ୍ଜାମ

ରାଜସ୍ୱ ଓ ପ୍ରାକୃତିକ ବିପର୍ଯୟ ମନ୍ତ୍ରୀ- ସୁଦାମ ମାରାଣ୍ଡି- ବାଲେଶ୍ୱର

ଶ୍ରମ ମନ୍ତ୍ରୀ- ସୁଶାନ୍ତ ସିଂହ- ଅନୁଗୁଳ

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ- ନବ କିଶୋର ଦାସ- କଳାହାଣ୍ଡି

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ- ଟୁକୁନି ସାହୁ- ରାୟଗଡା

ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ- ଜଗନ୍ନାଥ ସାରକା- ଜଗତସିଂହପୁର

ଶକ୍ତି ମନ୍ତ୍ରୀ- ଦିବ୍ୟଶଙ୍କର ମିଶ୍ର- ଯାଜପୁର

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ- ଅଶୋକ ପଣ୍ଡା- ଢେଙ୍କାନାଳ

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ- ସମୀର ରଞ୍ଜନ ଦାସ- ନୟାଗଡ

ପର୍ଯ୍ୟଟନ ମନ୍ତ୍ରୀ- ଜ୍ୟୋତିପ୍ରକାଶ ପାଣିଗ୍ରାହୀ- ବଲାଙ୍ଗିର

ଦକ୍ଷତା ବିକାଶ ମନ୍ତ୍ରୀ- ପ୍ରେମାନନ୍ଦ ନାୟକ- ନବରଙ୍ଗପୁର

ଜଳସମ୍ପଦ ମନ୍ତ୍ରୀ- ରଘୁନନ୍ଦନ ଦାସ- ମୟୂରଭଞ୍ଜ

ହସ୍ତଶିଳ୍ପ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ- ପଦ୍ମିନୀ ଦିଆନ- ଗଜପତି

କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରମୁଖ ମାଲକାନଗିରିରେ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.