Latest Odisha News

BREAKING NEWS

ସମଲେଶ୍ଵରୀ ମନ୍ଦିର ବିକାଶ ଲାଗି ପ୍ୟାକେଜ ଘୋଷଣା କରିବେ ରାଜ୍ୟ ସରକାର

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ମନ୍ଦିର ତଥା ହୀରାକୁଦ ନଦୀବନ୍ଧର ରାଜ୍ୟ ସରକାର ଖୁବଶୀଘ୍ର ଭିତ୍ତିଭୂମି ବିକାଶ କରିବେ ବୋଲି ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀ ମନ୍ଦିରରେ ପହଞ୍ଚି ମାଆଙ୍କୁ ଦର୍ଶନ କରିବା ପରେ ମନ୍ଦିରର ଉନ୍ନତି ଲାଗି କ’ଣ କରାଯାଇପାରିବ, ସେଥିନେଇ ଏକ ବିଶେଷଜ୍ଞ ଦଳ ଏଠାକୁ ଆସିବେ ବୋଲି” ସେ କହିଛନ୍ତି । ସମଲେଶ୍ବରୀ ମନ୍ଦିର ଓ ହୀରାକୁଦ ପାଇଁ ଏକ ପର୍ଯ୍ୟବେକ୍ଷକ ଟିମ୍ ଗଠନ ହେବ । ଟିମର ଅନୁଧ୍ୟାନ ପରେ ହେବ ପ୍ୟାକେଜ ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହାସହ ହୀରାକୁଦ ଜଳଭଣ୍ଡାର ଠାରେ ପର୍ଯ୍ୟଟକଙ୍କ ସଂଖ୍ୟା କିପରି ବଢିବ ସେ ନେଇ ମଧ୍ୟ ରାଜ୍ୟ ସରକାର ଦୃଷ୍ଟିଦେବେ ବୋଲି ନବୀନ କହିଛନ୍ତି ।

Leave A Reply

Your email address will not be published.