Latest Odisha News

BREAKING NEWS

କିପରି ଗଠନ ହେଲା ନେତାଜୀଙ୍କ ‘ଆଜାଦ ହିନ୍ଦ ଫୌଜ’, ଜାଣନ୍ତୁ…

ଭୁବନେଶ୍ୱର: ୧୯୪୩ ମସିହା ଅକ୍ଟୋବର ୨୧ ତାରିଖ । ଭାରତୀୟ ମୁକ୍ତି ସଂଗ୍ରାମ ଇତିହାସରେ ଏକ ଅବିସ୍ମରଣୀୟ ଦିନ ।

ଏହିଦିନ ଏସିଆ ମହାଦେଶରେ ପ୍ରତିଷ୍ଠିତ “ଭାରତୀୟ ସ୍ୱାଧିନତା ଲିଗ୍”ର ସିଙ୍ଗାପୁର ଠାରେ ଅନୁଷ୍ଠିତ ହେଉଥିବା ସମ୍ବିଳନୀରେ ଭାରତୀୟ ସ୍ୱାଧିନତା ସଂଗ୍ରାମର ଦୁର୍ଦ୍ଦଶ ବୀର ନୋତାଜୀ ସୁଭାଷ ଚନ୍ଦ୍ର ବୋଷ “ଅସ୍ଥାୟୀ ସ୍ୱାଧିନ ଭାରତ ସରକାର” ଗଠନ ପ୍ରସ୍ତାବ ଅନୁମୋଦିତ ହେବା ପରେ ଗଠିତ ହୋଇଥିଲା “ଆଜାଦ୍ ହିନ୍ଦ୍ ସରକାର” ।

ନେତାଜୀ ଏହି ସରକାରର ମୂଖ୍ୟ ଭାବରେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । “ମୋତେ ରକ୍ତ ଦିଅ- ମୁଁ ତମକୁ ସ୍ୱାଧିନତା ଦେବି”- ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏହି ବଜ୍ର ଆହ୍ୱାନ ଭାରତୀୟ ସ୍ୱାଧିନତା ସଂଗ୍ରାମରେ ଭରି ଦେଇଥିଲା ଅପୁରଣୀୟ ଶକ୍ତି । ଯାହାର ଫଳସ୍ୱରୂପ କେବଳ ଭାରତ ବର୍ଷ ସମେତ, ସାରା ବିଶ୍ୱରୁ ନେତାଜୀଙ୍କ ଅଭିଯାନ ପାଇଁ ସମର୍ଥନର ହାତ ଲମ୍ବି ଆସିଥିଲା ।

ଏପରିକି ଏହି ଅଭିଯାନ ପାଇଁ ଅନ୍ୟାନ୍ୟ ଦେଶର ସରକାରମାନେ ମଧ୍ୟ ସହାୟତା ଓ ସମର୍ଥନର ହାତ ବଢ଼ାଇଥିଲେ । ଫଳ ସ୍ୱରୂପ ବିଦେଶ ମାଟିରେ ସ୍ୱାଧିନ ଭାରତର ପ୍ରଥମ ସରକାର ଗଠିତ ହୋଇଥିଲା ।

ଭାରତବର୍ଷକୁ ଇଂରେଜମାନଙ୍କ କବଳରୁ ମୁକ୍ତ କରିବା ପାଇଁ ଗଠିତ ହୋଇଥିଲା “ଆଜାଦ୍ ହିନ୍ଦ୍ ଫୌଜ” । ବିଶ୍ୱ ଇତିହାସରେ ପ୍ରଥମ ଥର ପାଇଁ ନେତାଜୀଙ୍କ ନେତୃତ୍ୱରେ ଗଠିତ ହୋଇଥିଲା ମହିଳା ସେନା ବାହିନୀ “ରାଣୀ ଝାନ୍ସି ରେଜିମେଣ୍ଟ” ।

‘ଦିଲ୍ଲୀ ଚଲୋ’ର ଅଗ୍ନିସ୍ଫୁରଣରେ ଉତ୍ସାହିତ ଆଜାଦ୍ ହିନ୍ଦ୍ ଫଉଜ ଭାରତ ସୀମା ଅତିକ୍ରମ କରି ଲାଲ୍କିଲ୍ଲା ଆଡ଼କୁ ମାଡ଼ି ଚାଲିଥିଲା ନେତାଜୀ ସୁଭାଷଙ୍କ ନେତୃତ୍ୱରେ ।

ଭାରତ ମାଟିରେ ମଧ୍ୟ ସାମ୍ରାଜ୍ୟବାଦୀ ବ୍ରିଟିଶମାନଙ୍କ ବିରୁଦ୍ଧରେ ସଂଗ୍ରାମ ପାଇଁ ନେତାଜୀ ଗଠନ କରିଥିଲେ ରାଜନୈତିକ ଦଳ ‘ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍’ ଓ ‘ଆଜାଦ୍ ହିନ୍ଦ୍ ସ୍ୱେଚ୍ଛାସେବୀ ବାହିନୀ’ ।

ଭାରତବର୍ଷରୁ କମ୍ପାନୀ ଶାସନର ଅନ୍ତ ଘଟାଇ ଭାରତବର୍ଷରେ ସମାଜବାଦୀ ଢ଼ାଞ୍ଚାରେ ସରକାର ପ୍ରତିଷ୍ଠା କରିବା ଥିଲା ଏହି ଅନମନୀୟ ବୀର ନେତାଜୀ ସୁଭାଷଙ୍କ ଏକମାତ୍ର ଲକ୍ଷ ।

Leave A Reply

Your email address will not be published.