Latest Odisha News

BREAKING NEWS

ତାଳଚେରରେ ଅଧିଷ୍ଠାତ୍ରୀ ଦେବୀ ମାଆ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା: ବର୍ଷକୁ ଥରେ ଅଗ୍ନି ରୂପେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ମାଆ

ତାଳଚେର: ଆସୁଛି ପାର୍ବଣ  । ବିଭିନ୍ନ ଶକ୍ତିପୀଠ ଗୁଡିକରେ ଚାଲିଛି ମାଆଙ୍କର ଷୋଡଶ ଉପଚାର ପୂଜା  । ଏଥିଲାଗି ଚଳଚଞ୍ଚଳ ହୋଇପଡିଛି ଗାଁଠୁ ସହର  । ଚଣ୍ଡିପାଠରେ କମ୍ପୁଛି ସାରା ପରିବେଶ  । ସମସ୍ତ ଶକ୍ତିପୀଠ ଗୁଡିକ ମଧ୍ୟରେ ତାଳଚେରର ମା ହିଙ୍ଗୁଳାଙ୍କ ପୀଠ ଅନ୍ୟତମ  । ତାଳଚେର ର ଗୋପାଳଗଡରେ ପୂଜା ପାଆନ୍ତି ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳା। ମା ହିଙ୍ଗୁଳା ହେଉଛନ୍ତି ତାଳଚେରର ପ୍ରତ୍ୟକ୍ଷ ଠାକୁରାଣୀ। ଭକ୍ତମାନେ ଡାକିଲେ “ଓ” କରନ୍ତି ମା  । ଚଳଚଞ୍ଚଳ ହୋଇଛି ଗୋପାଳ ପ୍ରସାଦ ପୀଠ । ଚାଲିଛି ମାଆଙ୍କର ବାର୍ଷିକ ଯାତ୍ରା । ବର୍ଷକୁ ଥରେ ଅଗ୍ନି ରୂପେ ମାଆ ଭକ୍ତଙ୍କୁ ଦର୍ଶନ ଦିଅନ୍ତି  । ମାଆଙ୍କୁ ଦର୍ଶନ କରିବା ଲାଗି କାହିଁ କେତେ ଦୂରରୁ ଭକ୍ତଙ୍କର ସୁଅ ଛୁଟେ  । ଏହି ଅଗ୍ନିରୁପା ମା ପରମ ବୈଷ୍ଣବି ନାରାୟଣୀ ଶୁମ୍ଭ ନିଶୁମ୍ଭ କୁ ବଦ୍ଧ କରି ଶୁବଳ ଓ ଦୁଦୃମ୍ୱି କୁ ମାରିବାକୁ ଗଲାବେଳେ ତାଙ୍କ ସହ ଅଷ୍ଟ ମହାବିଦ୍ୟା ଯାଇଥିଲେ। ସେହି ଅଷ୍ଟ ମହାବିଦ୍ୟା ଙ୍କ ମଧ୍ୟରୁ ମା ହିଙ୍ଗୁଳା ଅନ୍ୟତମ।

ତାଳଚେର ସ୍ଥିତ ଏହି ପ୍ରସିଦ୍ଧ ହିଙ୍ଗୁଳା ଙ୍କ ସଂପର୍କ ରେ ଜନସୁତ୍ର ରୁ ଜଣାଯାଏ ଯେ ଏଠାରେ ପ୍ରବାହିତ ସୀଙ୍ଗିଡା ନଦୀ ରେ ଅକସ୍ମାତ ଜ୍ୱାଳାମୁଖି ଅଗ୍ନୀଙ୍କର ଆର୍ବିଭାବ ହୋଇଥିଲେ ।  ଏହାକୁ ମାଆଙ୍କାକର ଅଧିଷ୍ଳଠାନ ବୋଲି କୁହାଯାଉଥିଲା । କାଳକ୍ରମେ ଚଳିତ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ରେ ଅଗ୍ନିଜ୍ୱାଳା ରୂପରେ ବିଜେ ମା ହିଙ୍ଗୁଳା ଙ୍କ ଯାତ୍ରା ଆରମ୍ଭ ହେବାରେ ଲାଗିଲା। ପରେ ଏହା ହିଙ୍ଗୁଳା ପୀଠ କୁ ରୂପାନ୍ତରିତ ହୋଇଥିଲା  । ରାଜ୍ୟ ର ଇଷ୍ଟ ଦେବୀ ରୂପରେ ମା ହିଙ୍ଗୁଳା ନନ୍ଦ ରାଜା ବିଦ୍ଧର୍ବ ରେ ପୂଜା ପାଉଥିଲେ  ।  ମା ଙ୍କ କୃପା ରୁ ନନ୍ଦ ରାଜା ସଦାସର୍ବଦା ଅମୃତମଣ କରୁଥିଲେ   । ହିଙ୍ଗୁଳାଙ୍କ ମହିମା ରେ ଖାଦ୍ୟ ସାମଗ୍ରୀ ଅତ୍ୟନ୍ତ ସୁସ୍ୱାଦୁ ହେଉଥିଲା। ସେହି ସମୟରେ ପୁରୀରେ ଶ୍ରୀମନ୍ଦିରରେ ପ୍ରସ୍ତୁତ ମହାପ୍ରସାଦ କିପରି ଅତ୍ୟନ୍ତ ସୁସ୍ୱାଦୁ ହେବ ସେଥିପାଇଁ ଗଜପତି ମହାରାଜା ବାଟ ଖୋଜୁଥିଲେ। ସ୍ଵପ୍ନାଦେଶ ପାଇ ସେ ମା ହିଙ୍ଗୁଳା ଙ୍କ ଶରଣାପନ୍ନ ହେଲେ। ମହାରାଜା ଙ୍କ ପୂଜା ଓ ଭକ୍ତି ରେ ପ୍ରସନ୍ନ ହୋଇ ମା ହିଙ୍ଗୁଳା ଶ୍ରୀମନ୍ଦିର ପାକଶାଳ କୁ ବିଜେ କରିଥିଲେ । ତାଙ୍କରି ମହିମା ରୁ ଶ୍ରୀମନ୍ଦିର ରୋଷଘରେ ପ୍ରସ୍ତୁତ ମହାପ୍ରସାଦ ଓ ଅନ୍ୟାନ୍ୟ ଭୋଗ ସାମଗ୍ରୀ ସ୍ୱାଦିଷ୍ଟ ହୋଇଥାଏ।

Leave A Reply

Your email address will not be published.