Latest Odisha News

BREAKING NEWS

ଆଗୁଆ ଟିକେଟ ବୁକିଂରେ ୨୦ କୋଟି ଟପିଲା ଫିଲ୍ମ ‘ପଠାନ୍‌’ 

ମୁମ୍ବାଇ: ଆଗୁଆ ବୁକିଂରେ ରେକର୍ଡ ଭାଙ୍ଗିଲା ଫିଲ୍ମ ‘ପଠାନ୍‌’  । ରିଲିଜ ହେବାକୁ ଯାଉଛି ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ଅପକମିଙ୍ଗ ଚଳଚ୍ଚିତ୍ର ‘ପଠାନ’ । ଯାହାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଦର୍ଶକ  । ତେବେ ଏହି ଫିଲ୍ମ  ଆସନ୍ତା ୨୫ ତାରିଖରେ ରିଲିଜ୍‌ ହେବାକୁ ଥିବା ବେଳେ ଏବେ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି। ଭାରତରୁ ବିଦେଶ ଯାଏ ଆଡଭାନ୍ସ ଟିକେଟ ବୁକିଂ ଚାଲିଛି।

ଯାହା ୨୦ କୋଟି ଅତିକ୍ରମ କରିଛି । କିଙ୍ଗ୍‌ ଖାନ୍‌ ଶାହରୁଖଙ୍କ ଏହି ଚଳଚ୍ଚିତ୍ର କେବଳ ହିନ୍ଦୀ ଭାଷାରେ ନୁହେଁ ଦକ୍ଷିଣ ଭାରତରେ ମଧ୍ୟ ଏକ ବ୍ଲକବଷ୍ଟର ହେବାକୁ ଯାଉଛି। ୨୫୦ କୋଟି ବଜେଟ୍‌ ଏହି ଚଳଚ୍ଚିତ୍ରଟି ନିର୍ମିତ ହୋଇଛି  ।

ଏହି ଫିଲ୍ମରେ ଶାହରୁଖଙ୍କ ବ୍ୟତୀତ ଜନ ଆବ୍ରାହମ ଏବଂ ଦୀପିକା ପାଦୁକୋନଙ୍କ ଭଳି ଷ୍ଟାରଙ୍କୁ ଦେଖିବାକୁ ମିଳିବ । ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମଟି ହିନ୍ଦୀ ବ୍ୟତୀତ ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ ହେବ।

 

Leave A Reply

Your email address will not be published.