ତେହେରାନ: ପୁଣି ଭୂକମ୍ପ ଝଟକାରେ ଥରିଲା ଇରାନ୍ । ଇରାନର ଦକ୍ଷିଣ-ପଶ୍ଚିମ ପ୍ରଦେଶ ଖୁଜେସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୦ ରହିଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠଠାରୁ ପ୍ରାୟ ୧୨ କିଲୋମିଟର ଗଭୀରତାରେ ଅବସ୍ଥିତ ଥିଲା ।
ତେବେ ବର୍ତ୍ତମାନ ସୁଦ୍ଧା ଧନଜୀବନ ହାନିର କୌଣସି ସରକାରୀ ରିପୋର୍ଟ ମିଳିନାହିଁ । ଏହି ଘଟଣା ସାରାଣ୍ଡ ଏବଂ ଆଖପାଖ ଅଞ୍ଚଳର ବାସିନ୍ଦା ଆତଙ୍କିତ ଅବସ୍ଥାରେ ଅଛନ୍ତି । ତେହେରାନ ବିଶ୍ୱବିଦ୍ୟାଳୟର ଭୂକମ୍ପ ବିଜ୍ଞାନ କେନ୍ଦ୍ର ଭୂମିକମ୍ପ ନେଇ ନିଶ୍ଚିତ କରିଛି । ଏହାକୁ ମିଶାଇ ଗୋଟିଏ ବର୍ଷକ ଭିତରେ ୨ ହଜାର ୩୮୦ ଥର ଭୂକମ୍ପ ଅନୁଭୂତ ହେଲାଣି ।
ମାର୍ଚ୍ଚ ୨୦୨୫ ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ଇରାନରେ ୨.୫ ତୀବ୍ରତାରୁ ଅଧିକ ତୀବ୍ରତାର ମୋଟ ୨,୩୮୦ଟି ଭୂମିକମ୍ପ ହୋଇଥିଲା । ଏଥିମଧ୍ୟରୁ ୯୧୦ଟିର ତୀବ୍ରତା ୩.୦ରୁ ଅଧିକ, ୧୩୦ଟିର ତୀବ୍ରତା ୪.୦ରୁ ଅଧିକ ଏବଂ ୧୫ଟିର ତୀବ୍ରତା ୫.୦ରୁ ଅଧିକ ଥିଲା । ବିଶ୍ୱରେ ହେଉଥିବା ମୋଟ ଭୂମିକମ୍ପର ପ୍ରାୟ ୨ ପ୍ରତିଶତ ଭୂମିକମ୍ପ ଇରାନରେ ଘଟିଥାଏ ।