Latest Odisha News

BREAKING NEWS

ମହାଶିବରାତ୍ରୀ; କମିଶନରେଟ ପୋଲିସର ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ଵର: ରାତି ପାହିଲେ ଦେବ ଦେବ ମହାଦେବଙ୍କ ମହାଶିବରାତ୍ରୀ । ସେଥିପାଇଁ ଚଳଚଞ୍ଚଳ ପୁରା ଭୁବେନଶ୍ଵର । ସେଥିପାଇଁ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରରେ ହୋଇଛି ବ୍ୟାପକ ବ୍ୟବସ୍ଥା । ଭକ୍ତମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଅନେକ ନିଷ୍ପତି ନେଇଛି । ଏପଟେ ଆକ୍ସନ ମୋଡରେ କମିଶନରେଟ ପୋଲିସ । ଲୋକମାନଙ୍କ ସୁରକ୍ଷା ଏବଂ ଭିଡ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରିଛି ।

BjdElectrycity

ଶିବରାତ୍ରି ପାଇଁ କମିଶନରେଟ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ଭିଡ଼ ନିୟନ୍ତ୍ରଣ ପାଇଁ ୪ଟି ସିଫ୍ଟରେ କାମ କରିବ ପୋଲିସ । ୪ଟି ସିଫ୍ଟରେ ସମ୍ପୂର୍ଣ୍ଣ ସ୍ଥାନ ଜଗିବେ ପୋଲିସ । ଏଥିରେ ୫ ଅତିରିକ୍ତ ଡିଏସପି, ୧୪ ଏସିପି, ୨୧ ଆଇଆଇସି, ୮୪ ଏସଆଇ ରହିବେ । ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ତା ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଡିସିପି ପଜ୍ଞତୀକ ସିଂ । ଏହା ସହ ଓଡ୍ରାଫ,ଅଗ୍ନିଶମ ଅଧିକାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ଚୋରି, ଡକାୟତିରୁ ମୁକ୍ତି ପାଇଁ ସବୁଠି ଲାଗିବ ସିସିଟିଭି । ଏହାଛଡା ସାଧା ପୋଷାକରେ ପୋଲିସ ମୁତୟନ ରହିବେ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ।

ସେପଟେ ଜାଗର ପାଇଁ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ହୋଇଛି। ଆସନ୍ତାକାଲି ଭୋର ୩ଟାରୁ ୩ଟା ୩୦ ମଧ୍ୟରେ ମଙ୍ଗଳ ଆଳତୀ ଓ ଅବକାଶ ଅନୁଷ୍ଠିତ ହେବ। ଭୋର ୩ଟା ୩୦ରୁ ଦିନ ୧୧ଟା ଯାଏଁ ସାହାଣମେଲା ଦର୍ଶନ। ଏହାପରେ ଅନ୍ୟାନ୍ୟ ନୀତି କରାଯାଇ ଶେଷରେ ରାତି ୧୦ଟାରେ ମହାଦୀପ ଉଠିବ । ଏନେଇ ସୂଚନା ଦେଇଛି ମନ୍ଦିର ପ୍ରଶାସନ ।

Leave A Reply

Your email address will not be published.