ପ୍ରୟାଗରାଜ: ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭରେ ପ୍ରତିଦିନ ନୂଆନୂଆ ସାଧୁସନ୍ଥଙ୍କୁ ଦେଖିବାକୁ ମିଳୁଛି। ଏପରିକି ସେମାନଙ୍କ ମଧ୍ଯ ସାଧୁ ନିଜର ନିଆରା ଅନ୍ଦାଜ ପାଇଁ ଶ୍ରଦ୍ଧାଳୁଙ୍କ ଗହଣରେ ଭାଇରାଲ ହେଉଛନ୍ତି। ଏହି ତାଲିକାରେ ଆଉ ଜଣେ ନୂଆ ନାମ ଯୋଡି ହୋଇଛି। ସେ ହେଉଛନ୍ତି ୬୭ ବର୍ଷୀୟ ଗୋଲଡେନ୍ ବାବା। ତାଙ୍କର ପ୍ରକୃତ ନାମ ଏସକେ ନାରାୟଣ ଗିରି ମହାରାଜ।
ଏହି ବାବା ତାଙ୍କ ଶରୀରରେ ପିନ୍ଧିଥିବା ସୁନା ଯୋଗୁଁ ଆକର୍ଷଣର କେନ୍ଦ୍ର ପାଲଟିଛନ୍ତି। ବାବାଙ୍କ ଅନୁଯାୟୀ, ତାଙ୍କର ସୁନାଧାରଣ କେବଳ ଏକ ବାହ୍ୟ ଚମକ ନୁହେଁ ବରଂ ତାଙ୍କ ଆଧ୍ୟାତ୍ମିକ ଜୀବନ ଏବଂ ସାଧନାର ପ୍ରତୀକ।
ଗୋଲଡେନ୍ ବାବାଙ୍କ ସମ୍ପୂର୍ଣ୍ଣ ଶରୀର ପ୍ରାୟ ୪ କିଲୋ ସୁନାରେ ସଜାଯାଇଛି। ଯାହାର ମୂଲ୍ୟ ପ୍ରାୟ ୬ କୋଟି ଟଙ୍କା। ତାଙ୍କ ଅଳଙ୍କାର ମଧ୍ଯରେ ସୁନା ମୁଦି, କଙ୍କଣ, ଘଣ୍ଟା ଏବଂ ଏକ ସୁନାର ବାଡ଼ି ମଧ୍ଯ ଅନ୍ତର୍ଭୁକ୍ତ। ଏହି ବାଡ଼ିରେ ଅନେକ ଦେବାଦେବୀଙ୍କ ଲକେଟ୍ ଲାଗିଛି। ବାବାଙ୍କ ମୋବାଇଲର କଭର ମଧ୍ୟ ସୁନାରେ ତିଆରି।
ତେବେ ଗୋଲଡେନ୍ ବାବା ମୂଳତଃ କେରଳର ବାସିନ୍ଦା। ସେ ନିରଞ୍ଜନୀ ଆଖଡ଼ା ସହିତ ଜଡିତ ଏବଂ ଆଖଡ଼ାର ସଭାପତି ରବିନ୍ଦ୍ର ପୁରୀ ମହାରାଜଙ୍କଠାରୁ ଦୀକ୍ଷା ନେବା ପରେ ସନ୍ନ୍ୟାସୀ ହୋଇଥିଲେ।
Comments are closed.