Latest Odisha News

BREAKING NEWS

ଚାମ୍ପିୟନ୍ସ ଟ୍ରଫି: ସୁଯୋଗ ପାଇଲେନି ଏହି ୫ ଖେଳାଳି

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ଓ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା କରାଯାଇଛି । ତେବେ ଚାମ୍ପିୟନ୍ସ ଟ୍ରଫିରେ ଖେଳିବା ଆଶା ରଖିଥିବା ଏହି ୫ ଖେଳାଳିଙ୍କୁ ନିରାଶ ହେବାକୁ ପଡିଛି । ଏମାନଙ୍କ ମଧ୍ୟରେ ସଞ୍ଜୁ ସାମସନ ଓ ସୂର୍ଯ୍ୟକୁମାର ଯାଦବ ଆଗରେ ରହିଛନ୍ତି । ୨୦୨୩ ବିଶ୍ୱକପ ଓ ଟି୨୦ ବିଶ୍ୱକପ ୨୦୨୪ରେ ସୁଯୋଗ ପାଇ ନ ଥିବା ସଞ୍ଜୁ ଏଥର ମଧ୍ୟ ନିରାଶ ହୋଇଛନ୍ତି ।

 ଟି୨୦ ଟିମର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦିନିକିଆ କ୍ରିକେଟରେ ସେଭଳି ଆଖି ଦୃଶିଆ ପ୍ରଦର୍ଶନ କରି ନ ଥିବାରୁ ଚୟନ କମିଟି ତାଙ୍କୁ ସୁଯୋଗ ଦେଇ ନାହାନ୍ତି । ତେବେ ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ସେ ଦଳର ନେତୃତ୍ୱ ନେବେ । ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ମହମ୍ମଦ ସିରାଜ ୱିକେଟ ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ମହମ୍ମଦ ସାମୀଙ୍କ ପ୍ରତ୍ୟାବର୍ତନ ତାଙ୍କ ରାସ୍ତା ବନ୍ଦ କରି ଦେଇଥିଲା । ସେହିପରି ଯୁବ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଭଲ ପ୍ରଦର୍ଶନ କରିଥିଲେ । ତାଙ୍କୁ ଚାମ୍ପିୟନ୍ସ ଟ୍ରଫିରେ ସୁଯୋଗ ମିଳିବ ବୋଲି ଆଶା କରାଯାଉଥିଲେ ମଧ୍ୟ ଚୟନ କମିଟି ସିନିୟର ଖେଳାଳିଙ୍କୁ ଗୁରୁତ୍ୱ ଦେଇଥିଲା ।

ଘରୋଇ କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ କରିଥିବା ବରୁଣ ଚକ୍ରବର୍ତିଙ୍କୁ ମଧ୍ୟ ନିରାଶ ହେବାକୁ ପଡିଛି । ତାଙ୍କ ବଦଳରେ ଚୟନ କମିଟି କୂଲଦୀପ ଯାଦବଙ୍କୁ ପ୍ରାଥମିକତା ଦେଇଛନ୍ତି ।
ଭାରତୀୟ ଟିମ: ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ଶୁଭମନ ଗିଲ, କେଏଲ ରାହୁଲ, ଶ୍ରେୟାଶ ଆୟାର, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୂଲଦୀପ ଯାଦବ, ଯଶପ୍ରୀତ ବୁମରାହ, ମହମ୍ମଦ ସାମୀ, ଅର୍ଶଦୀପ ସିଂ, ଯଶସ୍ୱୀ ଜୈସୱାଲ, ରିଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜା ।

Comments are closed.