Latest Odisha News

BREAKING NEWS

ମହାନଦୀ ଜଳ ବିବାଦ: କେନ୍ଦ୍ରକୁ ନୋଟିସ

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାରେ ଚୂଡାନ୍ତ ହୋଇଥିବା ୩୬ଟି ପ୍ରସଙ୍ଗ ଉପରେ ଆଜି ଟ୍ରିବ୍ୟୁନାଲରେ ଶୁଣାଣି ଶେଷ ହୋଇଛି । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଜଷ୍ଟିସ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଶୁଣାଣି ହୋଇଛି । ଓଡ଼ିଶା ଓ ଛତିଶଗଡ଼ ଆବେଦନ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରାଯାଇଛି । ଅଗଷ୍ଟ ୨୯ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଓଡ଼ିଶା ପକ୍ଷରୁ କେନ୍ଦ୍ର ସରକାରଙ୍କର ସି ଡ଼ବ୍ଲୁସି, ଆଇଏମଡ଼ି ଓ ଭୂତଳ ଜଳ ବୋର୍ଡ଼ ଆଦି ୩ଟି ସଂସ୍ଥାରୁ କିଛି ତଥ୍ୟ ପାଇଁ ଆବେଦନ କରାଯାଇଥିବାରୁ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରାଯାଇଥିବା ସୂଚନା ରହିଛି । ସେହିପରି କାବେରୀ ଓ କ୍ରୀଷ୍ଣା ଜଳ ବିବାଦକୁ ଆଧାର କରି ମହାନଦୀ ଜଳ ବିବାଦର ସମସ୍ତ ନଥିପତ୍ର ଓ ତଥ୍ୟକୁ ଗୋଟିଏ ସାଧାରଣ ଫର୍ମାଟରେ ପଞ୍ଜିକୃତ କରାଯିବ ବୋଲି ଟ୍ରିବୁନାଲ୍ କହିଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶା ପକ୍ଷରୁ ଦାଖଲ କରାଯାଇଥିବା ମୂଳ ମାମଲାରେ ଇସ୍ୟୁ ଫ୍ରେମ୍ କରିବା ପାଇଁ ଦୁଇ ରାଜ୍ୟମାନଙ୍କ ଭିତରେ ସହମତି ହୋଇ ନପାରିବାରୁ ପୂର୍ବରୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଦ୍ବାରା ପ୍ରସଙ୍ଗ ଗୁଡ଼ିକର ନିର୍ଦ୍ଧାରଣ କରାଯାଇଛି। ଗତମାସରେ ପ୍ରଥମ ଥର ପାଇଁ ଭିଡିଓ କନ‌ିଫରେନ୍ସିଂ ଜରିଆରେ ହୋଇଥିବା ଟ୍ରିବ୍ୟୁନାଲର ଶୁଣାଣିରେ ୪୦ଟି ପ୍ରସଙ୍ଗ ନିର୍ଦ୍ଧାରଣ କରାଯାଇଛି।

Leave A Reply

Your email address will not be published.