Latest Odisha News

BREAKING NEWS

ଅଜୟଙ୍କ ନିର୍ଦ୍ଦେଶନାରେ ଅଭିନୟ କରିବେ ଅମିତାଭ !

ମୁମ୍ବାଇ: ଖୁବଶୀଘ୍ର ଏକାଠି ଅଭିନୟ କରିବାରେ ନଜର ଆସିବେ ମେଗାଷ୍ଟାର ଅମିତାଭ ଓ ଅଜୟ ଦେବଗନ । ଫିଲ୍ମର ଟାଇଟଲ ରହିଛି “ମେ ଡେ” । ଏହି ଫିଲ୍ମ ଜରିଆରେ ପ୍ରାୟ ୭ବର୍ଷ ପରେ ଦୁଇ ଅଭିନେତା ଏକାଠି ଅଭିନୟ କରିବେ । ଶେଷଥର ପାଇଁ ଦୁଇ ଅଭିନେତାଙ୍କୁ ଫିଲ୍ମ ସତ୍ୟାଗ୍ରହରେ ଦେଖିବାକୁ ମିଳିଥିଲା ।

ଡ୍ରାମାଟିକ୍ ଥିମ୍ ଉପରେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମରେ ଅଜୟଙ୍କୁ ପାଇଲଟ୍ କିର୍ଦାରରେ ଦେଖିବାକୁ ମିଳିବ । ଅନ୍ୟପଟେ ଅମିତାଙ୍କ ଭୂମିକାକୁ ନେଇ କୌଣସି ଅପଡେଟ୍ସ ସାମ୍ନାକୁ ଆସିନି । ତେବେ ଏହି ଫିଲ୍ମରେ କେବଳ ଅଭିନୟ ନୁହେଁ ବରଂ ଅଜୟ ଦେବଗନ ନିର୍ଦ୍ଦେଶନା ବି ଦେବେ । ପ୍ରଥମ ଥର ପାଇଁ ଅଜୟ ଦେବଗନଙ୍କ ନିର୍ଦ୍ଦେଶନାରେ ଅଭିନୟ କରିବେ ମେଗାଷ୍ଟାର ଅମିତାଭ ବଚ୍ଚନ ।

ପୂର୍ବରୁ ଏହି ଦୁଇ ଅଭିନେତା ମେଜର ସାହାବ, ଖାକି ଓ ସତ୍ୟାଗ୍ରହ ଭଳି ଫିଲ୍ମରେ ଏକାଠି ଅଭିନୟ କରିଥିଲେ । ଏହି କାରଣରୁ ବିଗ୍ ବିଙ୍କୁ ନିର୍ଦ୍ଦେଶନା ଦେବାରେ ଅଜୟ ବେଶ କନଫିଡେଣ୍ଟ ଥିବା ଜଣାପଡିଛି । ଅନ୍ୟପଟେ ଫିଲ୍ମର ସପୋର୍ଟିଂ କଳାକାରଙ୍କ ଚୟନ ସରିଥିଲାବେଳେ ଖୋଦ ଅଜୟଙ୍କ ହୋମ୍ ପ୍ରଡକ୍ସନରେ ଫିଲ୍ମଟି ନିର୍ମିତ ହେବ ।

Leave A Reply

Your email address will not be published.