Latest Odisha News

BREAKING NEWS

ମହାରାଷ୍ଟ୍ର ରାଜନୀତି, ହାତ ଛାଡ଼ିଦେବେ ସାଥୀ, ଏକା ହୋଇଯିବେ ସିନ୍ଦେ!

ଭୁବନେଶ୍ୱର: ମହାରାଷ୍ଟ୍ର ରାଜନୀତିରେ ପ୍ରତି ମୁହୂର୍ତ୍ତରେ କିଛି କିଛି ପରିବର୍ତ୍ତନ ହୋଇଚାଲିଛି। ଆଗକୁ ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଓ ବିଭାଗ ବଣ୍ଟନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ମନ୍ତ୍ରୀମଣ୍ଡଳରେ ଅଜିତ ପାୱାର ଗୋଷ୍ଠୀଙ୍କ ଏଣ୍ଟ୍ରି ପରେ ସିନ୍ଦେ ଗୋଷ୍ଠୀ ନେତାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। କେତେବେଳେ ବିସ୍ଫୋରଣ ହେବ ତାହା ବି କହିହେଉନି।

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୪୩ ଟି ମନ୍ତ୍ରୀ କୋଟା ରହିଥିବା ବେଳେ ଏଯାଏ ୨୯ ଜଣ ମନ୍ତ୍ରୀ ହୋଇଛନ୍ତି। ଆଉ ୧୪ ଜଣ ମନ୍ତ୍ରୀ ହୋଇପାରିବେ। ଏନସିପିର ଆଉ ୪ ଜଣ ମନ୍ତ୍ରୀ ହେବେ ବୋଲି କୁହାଯାଉଥିବା ବେଳେ ସେଥିରୁ ଜଣେ କ୍ୟାବିନେଟ ଓ ଆଉ ତିନି ଜଣ ରାଜ୍ୟପାହ୍ୟା ମନ୍ତ୍ରୀ ହେବେ।

ସେପଟେ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଏନସିପିର ଆଉ ଆଠ ଜଣ ବିଧାୟକ ମନ୍ତ୍ରୀ ହୋଇଛନ୍ତି। କିନ୍ତୁ ସେମାନଙ୍କୁ ବିଭାଗ ଦିଆଯାଇ ନାହିଁ। ତେଣୁ ଏକାସାଙ୍ଗରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସହ ବିଭାଗ ବଣ୍ଟନ ହେବ ବୋଲି କୁହାଯାଉଛି। କିନ୍ତୁ ଅଜିତ ପାୱାର ଗୋଷ୍ଠୀ ଗୁରୁତ୍ବପୂର୍ଣ ବିଭାଗ ନେବାକୁ ଅଡି ବସିଥିବାରୁ ମନ୍ତ୍ରୀମଣ୍ଡଳରେ ବିଭାଗ ବଣ୍ଟନ ହୋଇପାରୁନି ବୋଲି କୁହାଯାଉଛି ।

ଆସନ୍ତା ୧୭ ତାରିଖରେ ମହାରାଷ୍ଟ୍ର ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଥିବାରୁ ଏହା ପୁର୍ବରୁ ମନ୍ତ୍ରୀମଣ୍ଡଳ ନୂଆ ରୂପ ନେବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ମନ୍ତ୍ରୀ ପଦ ଓ ବିଭାଗକୁ ନେଇ ସିନ୍ଦେ ଗୋଷ୍ଠୀ ଚାହିଁ ବସିଛନ୍ତି।

ମନ୍ତ୍ରୀପଦ ଆଶା ନେଇ ସିନ୍ଦେ ଗୋଷ୍ଠୀର ବହୁ ବିଧାୟକ ଅନେଇ ରହିଛନ୍ତି। ସେପଟେ ନୂଆ ଏଣ୍ଟ୍ରି ମାରି ଅଜିତ ପାୱାର ଗୋଷ୍ଠୀ ଆଗୁଆ ମନ୍ତ୍ରୀପଦ ନେଇସାରିଲେଣି।

ତେଣୁ ଏଭଳି ସ୍ଥିତିରେ ଅସନ୍ତୁଷ୍ଟ ସିନ୍ଦେ ଗୋଷ୍ଠୀଙ୍କୁ ସୀମିତ ମନ୍ତ୍ରୀପଦରେ ସନ୍ତୁଷ୍ଟ କରିବା କଷ୍ଟସାଧ୍ୟ ବୋଲି କୁହାଯାଉଛି। ଏପରିକି ମନ୍ତ୍ରୀମଣ୍ଡଳ ନୂଆ ରୂପ ପାଇବା ପରେ ପୁଣିଥରେ ମହାରଷ୍ଟ୍ର ରାଜନୀତିରେ ହଟଚମଟ ସୃଷ୍ଟି ହୋଇପାରେ।

ମନ୍ତ୍ରୀପଦ ନ ପାଉଥିବା ସିନ୍ଦେ ଗୋଷ୍ଠୀ ବିଧାୟକ ପୁଣି ଉଦ୍ଧବ ଶିବିରକୁ ଫେରିବା ନେଇ ଚର୍ଚ୍ଚା ହେଉଛି।

 

Comments are closed.