ଓଡ଼ିଶା ସମ୍ବାଦ ବ୍ୟୁରୋ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇସ୍ତଫା ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଆସିବା ପରେ ଇସ୍ତଫା ଦେଇଛନ୍ତି ଉଦ୍ଧବ । ଇସ୍ତଫା ପୂର୍ବରୁ ଉଦ୍ଧବ କିଛି ଇମୋସନାଲ କଥା କହି ଶେଷରେ ଇସ୍ତଫା ଦେଉଛି ବୋଲି କହିଥିଲେ ।
"I am resigning as the Chief Minister," Maharashtra CM Uddhav Thackeray announces pic.twitter.com/RBDWHzchYx
— ANI (@ANI) June 29, 2022
ଭାବୁକ ହୋଇ ଫେସବୁକ୍ ଲାଇଭରେ ଉଦ୍ଧବ ନିଜ ସରକାରର ସଫଳତା ସହିତ ସେ ବିଦ୍ରୋହୀ ବିଧାୟକଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ରାଜ୍ୟ ପାଇଁ କରାଯାଇଥିବା ଭଲ କାର୍ଯ୍ୟ ଶୀଘ୍ର ଦେଖାଯାଏ ବୋଲି ଉଦ୍ଧବ ଠାକରେ କହିଛନ୍ତି। ଏହି ଅବସରରେ ଉଦ୍ଧବ ଠାକରେ ସୋନିଆ ଗାନ୍ଧୀ ଏବଂ ଶରଦ ପାୱାରଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ସେ କହିଥିଲେ ଯେ ଯେଉଁମାନଙ୍କୁ (ବିଦ୍ରୋହୀ) ସେ ବହୁତ କିଛି ଦେଇଛନ୍ତି ସେମାନେ ବିଶ୍ବାସଘାତ କରିଛନ୍ତି ଏବଂ ଯେଉଁମାନଙ୍କୁ ସେ କିଛି ଦେଇ ନାହାଁନ୍ତି (ଏନସିପି ଏବଂ କଂଗ୍ରେସ) ତଥାପି ସେମାନେ ତାଙ୍କ ସହିତ ଅଛନ୍ତି । ବିଦ୍ରୋହୀ ଶିବସେନାଙ୍କ ଦ୍ୱାରା ପ୍ରତାରିତ ହେବାର ଆଶା କରିନଥିବା ଭାବୁକ ହୋଇ କହିଛନ୍ତି ଉଦ୍ଧବ ।
I am satisfied that we have officially renamed Aurangabad to Sambhaji Nagar and Osmanabad to Dharashiv – the cities named by Balasaheb Thackeray: Maharashtra CM and Shiv Sena leader Uddhav Thackeray pic.twitter.com/3S6kQg3yne
— ANI (@ANI) June 29, 2022
ଔରଙ୍ଗାବାଦର ନାମ ଶାମ୍ବାଜୀ ନଗର
ସବୁଠୁ ବଡ଼ କଥା ହେଲା ଇସ୍ତଫା ପୂର୍ବରୁ ସରକାରୀ ଭାବେ ଔରଙ୍ଗାବାଦର ନାମ ଶାମ୍ବାଜୀ ନଗର ଏବଂ ଓସମାନାବାଦକୁ ଧାରାଶିବ ନାମରେ ନାମିତ କରିଥିବାରୁ ନିଜେ ସେ ବହୁତ ଖୁସି ଅନୁଭବ କରୁଥିବା କହିଥିଲେ ଉଦ୍ଧବ ।
ଏହା ସହ ଉଦ୍ଧବ କହିଥିଲେ ମୁଁ ଏକ ଅସମୟରେ କ୍ଷମତାକୁ ଆସିଥିଲି ଏବଂ ଏଭଳି ଏକ ଅସମୟରେ କ୍ଷମତାରୁ ଯାଉଛି । ତେବେ ମୁଁ ସବୁଦିନ ପାଇଁ ଯାଉନାହିଁ, ମୁଁ ଏଠାରେ ରହିବି, ଏବଂ ମୁଁ ପୁଣି ଥରେ ଶିବସେନା ଭବନରେ ବସିବି । ମୁଁ ମୋର ସମସ୍ତ ଲୋକଙ୍କୁ ଏକତ୍ର କରିବି। ମୁଁ ମୁଖ୍ୟମନ୍ତ୍ରୀ ଭାବରେ ଏବଂ ବିଧାନ ପରିଷଦରୁ ଇସ୍ତଫା ଦେଉଛି ବୋଲି ଭାବୁକ ହୋଇ କହିଥିଲେ ଉଦ୍ଧବ ଠାକରେ ।
ନିଜ ଲୋକ ଧୋକା ଦେଲେ
ଉଦ୍ଧବ ଆହୁରି କହିଛନ୍ତି ଯେ ଆମେ ଲୋକଙ୍କ ହିତ ପାଇଁ କାମ କରିଛୁ। ସମସ୍ତଙ୍କର ଆଶୀର୍ବାଦ ଆମ ସହିତ ଅଛି । ଆସ୍ଥା ଭୋଟ ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ରାଜ୍ୟପାଳଙ୍କୁ ମଧ୍ୟ ଧନ୍ୟବାଦ। ରାଜ୍ୟପାଳ ଏକ ଚିଠି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଫ୍ଲୋର ପରୀକ୍ଷା କରିବାକୁ କହିଥିଲେ। ବିଦ୍ରୋହୀମାନଙ୍କର ରାଗ କ’ଣ? ଶିବ ସୈନିକଙ୍କୁ ନୋଟିସ୍ ପଠାଯାଉଛି । ବାହାର ରାଜ୍ୟକୁ ଯାଇ ଏପରି କରିବା ଠିକ କି ବୋଲି କହିଛନ୍ତି ଉଦ୍ଧବ । ଯେଉଁମାନଙ୍କୁ (ବିଦ୍ରୋହୀ) ବାଲ ଠାକରେ ଏବଂ ଶିବସେନା ବଡ଼ କଲେ ସେମାନେ ହିଁ ଧୋକା ଦେଇଥିବା କହିଛନ୍ତି ଉଦ୍ଧବ । ଏଥିସହ ଉଦ୍ଧବ ମହାରାଷ୍ଟ୍ର ବିଧାନ ପରିଷଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ।
କଥା ହେବାକୁ ଚାହିଁଥିଲେ କଥା ହୋଇଥାନ୍ତି
ଉଦ୍ଧବ ଆହୁରି ବିଦ୍ରୋହୀ ବିଧାୟକଙ୍କ ଉପଲକ୍ଷେ କହିଥିଲେ ଯେ ଯଦି ତୁମେ ମୋ ସହ କଥା ହେବାକୁ ଚେଷ୍ଟା କରିଥାନ୍ତ, ମୁଁ ନିଶ୍ଚିତ ଭାବେ କଥା ହୋଇଥା’ନ୍ତି । ମୁଁ ଆଜି କଥା ହେବାକୁ ପ୍ରସ୍ତୁତ ଅଛି । ମୁଁ ତୁମକୁ ମୋର ବୋଲି ଭାବିଲି । ତୁମେ ପ୍ରତାରଣା କରିବାକୁ ଭାବିଲ । ମୁଁ ଜାଣିବାକୁ ପାଇଛି ଯେ ମୁମ୍ବାଇରେ ସୁରକ୍ଷା ପାଇଁ କେନ୍ଦ୍ର ସରକାର ପୃଥକ ଶକ୍ତି ପଠାଇଛନ୍ତି। ଯେତେବେଳେ ଆପଣମାନେ ଏଠାକୁ ଆସନ୍ତି CRPF ପ୍ରବେଶ କରିବାକୁ ଯାଉଛି । ମୋତେ ଲାଜ ଲାଗୁଛି । ଆପଣ ଶିବ ସୈନିକଙ୍କ ରକ୍ତ ସହିତ ମୁମ୍ବାଇର ରାସ୍ତାକୁ ଲାଲ କରିବାକୁ ଯାଉଛନ୍ତି କି? ଏପରି ଭାବୁକ ହୋଇ କହିଥିଲେ ଉଦ୍ଧବ ଠାକରେ ।
ତୁମମାନଙ୍କୁ ସାହାଯ୍ୟ କରିବା ପାପ
ଉଦ୍ଧବ ଆହୁରି କହିଥିଲେ ଯେ ଆସନ୍ତାକାଲି ତୁମେ ବୋଧହୁଏ ବିରୋଧୀଙ୍କ ସହ ମିଶି ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ସହଯୋଗ କରିବ । ତୁମେ ମନେ ରଖିବା ଉଚିତ୍ ଯେ ତୁମେ ସେହି ବାଲାସାହେବଙ୍କ ପୁଅକୁ ଚେୟାରରୁ ବାହାର କରିବାରେ ସାହାଯ୍ୟ କରିଛ । କାରଣ ତୁମକୁ ସାହାଯ୍ୟ କରିବା ସତେ ଯେମିତି ମୋର ପାପ ଏବଂ ମୁଁ ଏହାକୁ ଭୋଗୁଛି ।
I had come (to power) in an unexpected manner and I am going out in a similar fashion. I am not going away forever, I will be here, and I will once again sit in Shiv Sena Bhawan. I will gather all my people. I am resigning as the CM & as an MLC: Shiv Sena leader Uddhav Thackeray pic.twitter.com/dkMOtManv3
— ANI (@ANI) June 29, 2022
ଆସନ୍ତାକାଲି ଦିନ ୧୧ଟା ସୁଦ୍ଧା ତାଙ୍କୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ଫ୍ଲୋର ଟେଷ୍ଟ ପୂର୍ବରୁ ହିଁ ସେ ଇସ୍ତଫା ଫେସବୁକ ଲାଇଭରେ ଆସି ଦେଇଛନ୍ତି । ସୁପ୍ରିମକୋର୍ଟରୁ ନିର୍ଦେଶ ଆସିବାର 30 ମିନିଟ ପରେ ଫେସବୁକରେ ଆସି ରାଜ୍ୟପାଇଁ ଅନେକ କିଛି କରିଥିବା କହିଥିଲେ ଉଦ୍ଧବ । କୋଭିଡ ମହାମାରୀ ସମୟରେ ସରକାର ଭଲ କାର୍ଯ୍ୟ କରିଥିବା ମଧ୍ୟ କହିଥିଲେ ।
ଏଠାରେ ସୂଚନାଯୋଗ୍ୟ ରାଜ୍ୟପାଳ ଦେଇଥିବା ନିର୍ଦ୍ଦେଶକୁ ଉଦ୍ଧବ ଠାକରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏହାର ଶୁଣାଣି ୫ଟାରୁ ଆରମ୍ଭ ହୋଇ ରାତି ୮.୨୭ରେ ସରିଥିଲା। ରାତି ୯ଟାରେ ରାୟ ପ୍ରକାଶ ପାଇଥିଲା। ରାଜ୍ୟପାଳଙ୍କ ଆଦେଶ ଉପରେ ରୋକ ଲଗାଇନଥିଲେ ସୁପ୍ରିମକୋର୍ଟ ।
ଏହା ପୂର୍ବରୁ ଉଦ୍ଧବ କ୍ୟାବିନେଟ ବୈଠକ ଡାକି ଅଢ଼େଇ ବର୍ଷ କାଳ ସରକାର ଚଳାଇବାରେ ସହଯୋଗ କରିଥିବାରୁ ଧନ୍ୟବାଦ ଦେଇଥିଲେ। ସେ କହିଥିଲେ, “ସମସ୍ତ ସହଯୋଗ ପାଇଁ ଧନ୍ୟବାଦ। ମୋ ନିଜ ଲୋକ ମୋତେ ଧୋକ୍କା ଦେଇଛନ୍ତି। ସମସ୍ତ ୩ ରାଜନୈତିକ ଦଳ ଏକାଠି ହୋଇ ଅଢ଼େଇ ବର୍ଷ ହେଲା ଅନେକ ଭଲ କାମ କରିଛନ୍ତି।
I want to express my gratitude to the people of NCP and Congress that they supported me. From Shiv Sena, Anil Parab, Subhash Desai and Aaditya Thackeray, these people were only present when the proposal was passed while NCP & Cong people also supported the proposal: CM Thackeray pic.twitter.com/P02GV0i7f8
— ANI (@ANI) June 29, 2022
ଆଜି ସନ୍ଧ୍ୟାରେ ବସିଥିବା କ୍ୟାବିନେଟ ବୈଠକରେ ଔରଙ୍ଗାବାଦର ନାଁ ବଦଳିବା ନିଷ୍ପତ୍ତି ଉପରେ ମୋହର ବଜାଇଥିଲେ ଉଦ୍ଧବ । ଔରଙ୍ଗାବାଦକୁ ସମ୍ଭାଜୀ ନଗର କରିଥିବା ଫେସବୁକ ଲାଇଭ ବେଳେ ମଧ୍ୟ କହିଥିଲେ । ନିଜକୁ ପ୍ରକୃତ ମରାଠା ବୋଲି ଦର୍ଶାଇବା ସହ ଶିବସେନା ହିନ୍ଦୁତ୍ବ ଛାଡିନଥିବା କହିଥିଲେ ଉଦ୍ଧବ । ଔରଙ୍ଗାବାଦର ନାଁ ପରିବର୍ତ୍ତନ କରିବା ପାଇଁ ଦୀର୍ଘଦିନରୁ ଶିବ ସୈନିକମାନେ ଦାବି କରୁଥିଲେ।
I am satisfied that we have officially renamed Aurangabad to Sambhaji Nagar and Osmanabad to Dharashiv – the cities named by Balasaheb Thackeray: Maharashtra CM and Shiv Sena leader Uddhav Thackeray pic.twitter.com/3S6kQg3yne
— ANI (@ANI) June 29, 2022
Comments are closed.