Latest Odisha News

BREAKING NEWS

ଏନସିବି ମୂଖ୍ୟଙ୍କୁ ନବାବଙ୍କ ଧମକ, ବର୍ଷକ ଭିତରେ ଚାକିରୀ ହରାଇବେ

ମୁମ୍ବାଇ: ଡ୍ରଗ୍ସ କେସର ତଦନ୍ତ କରୁଥିବା ଏନସିବି ଉପରେ ଏନସିପି ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନବାବ ମାଲିକ ବାରମ୍ବାର ଟାର୍ଗେଟ କରୁଛନ୍ତି । ଆଜି ସେ ଚ୍ୟାଲେଞ୍ଜ ଦେଇ କହିଛନ୍ତି ବର୍ଷକ ଭିତରେ ଏନସିବି ମୁଖ୍ୟ ସମୀର ୱାଙ୍ଖଡେ ତାଙ୍କ ଚାକିରୀ ହରାଇବେ । ସେ ଜେଲ ନ ଗଲେ ସାଧାରଣ ଜନତାଙ୍କ ମନ ଶାନ୍ତି ହେବନି ବୋଲି କହିଛନ୍ତି । କେନ୍ଦ୍ର ସରକାର ପାଖରେ ୱାଙ୍ଖଡେ ନାମକ କାଠ କଣ୍ଢେଇ ରହିଛି, ଯିଏ ମିଛ କେସରେ ଲୋକଙ୍କୁ ଫସାଉଛି । ଏତିକିରେ ସେ ନ ରହି କହିଥିଲେ କହିପାରିବ ତୁମର ବାପା କିଏ, ଯିଏକି ଏ ଭଳି ଚାପ ତୁମ ଉପରେ ପକାଉଛି ।

ୱାଙ୍ଖଡେ ଦୁବାଇ ଓ ମାଲଡିଭ୍‌ସ ଯାଇ ବଲିଉଡ ଷ୍ଟାର୍ସଙ୍କଠାରୁ ଅର୍ଥ ଆଣୁଥିଲେ । ଏହାର ଜବାବରେ ଏନସିବି ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ୱାଙ୍ଖଡେ ଏନସିବିରେ ଯୋଗ ଦେବା ପରଠାରୁ ଦୁବାଇ ଯାଇ ନାହାନ୍ତି । ନବାବଙ୍କ ବିରୋଧରେ ଆଇନର ଆଶ୍ରୟ ନେବେ ବୋଲି ୱାଙ୍ଖଡେ କହିଛନ୍ତି ।

Leave A Reply

Your email address will not be published.