Latest Odisha News

BREAKING NEWS

ଟିକାକରଣରେ ଇତିହାସ ରଚିଲା ଭାରତ, ବାଲୁକା କଳାରେ ସୁଦର୍ଶନଙ୍କ ଶୁଭେଚ୍ଛା

ପୁରୀ : ଟିକାକରଣରେ ଇତିହାସ ରଚିଛି ଭାରତ । ଦେଶରେ ୧୦୦ କୋଟି ଟପିଛି ଭ୍ୟାକ୍ସିନେସନ । ମହାମାରୀ କରୋନା ବିରୋଧରେ ଭାରତର ଏପରି ସଫଳତାକୁ ନେଇ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ । ଟିକାକରଣର ଏହି କୀର୍ତ୍ତିମାନକୁ ନେଇ ବାଲୁକା କଳାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତରାଷ୍ଟ୍ରୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ପ୍ରାୟ ୧୪ ଫୁଟ ଚଉଡାର ଏହି ବାଲୁକାକୃତି ଜରିଆରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ । କରୋନା ବିରୋଧି ଲଢେଇରେ ଭାରତ ମାଇଲଖୁଣ୍ଟ ସ୍ଥାପନ କରିଛି । ବିଶେଷ କରି ଯେଉଁମାନେ ଟିକାକରଣ ଅଭିଯାନରେ ସାମିଲ ହୋଇଥିଲେ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ବାଲୁକା କୃତିରେ ଶହେ କୋଟି ଭାରତୀୟଙ୍କର ଏକ ପ୍ରତିକାତ୍ମକ ଛବି ପ୍ରଦର୍ଶିତ କରିବା ସହିତ ଭ୍ୟାକ୍ସିନର ଚିତ୍ର ମଧ୍ୟ ନିଖୁଣ ଭାବେ ପ୍ରଦର୍ଶିତ ହୋଇଛି । ବିଶ୍ବରେ କରୋନା ମହାମାରୀ ଉପରେ ଭାରତର ଏହା ଏକ ବଡ଼ ବିଜୟ ବୋଲି କହିଛନ୍ତି ସୁଦର୍ଶନ ପଟ୍ଟନାୟକ । ସୁଦର୍ଶନଙ୍କ ବାଲୁକା କଳାକୁ ରିଟ୍ବିଟ୍ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ।

Leave A Reply

Your email address will not be published.