ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ଭାବାବେଗରେ, ପୁରାଣ ବର୍ଣ୍ଣିତ ୩୩ ଗୋଟି ଆରାଧ୍ୟ ଦେବାଦେବୀ ଅଛନ୍ତି ବୋଲି ଅଖଣ୍ଡ ବିଶ୍ୱାସ ରହିଛି । କୌଣସି ପୁରାଣ ଗ୍ରନ୍ଥରେ ୩୩ ଗୋଟି ଦେବାଦେବୀମାନଙ୍କର ନାମ ଆଜି ପର୍ଯ୍ୟନ୍ତ ପ୍ରମାଣସ୍ୱରୂପ ବର୍ଣ୍ଣନା କରାଯାଇ ନାହିଁ । ମାତ୍ର କେତେକ ସ୍ଥାନରେ ବିଭିନ୍ନ ପ୍ରକାର ଦେବାଦେବୀମାନଙ୍କ ମନ୍ଦିର ଥିବାବେଳେ ଏବଂ ପାଞ୍ଜୀ ଅନୁସାରେ ପ୍ରତ୍ୟେକ ବର୍ଷ ତିଥି ପଡୁଥିବାରୁ ପୂଜାର୍ଚ୍ଚନା ସହିତ ପାଳନ କରାଯାଇ ସେହି ଦେବାଦେବୀମାନଙ୍କୁ ଅମ୍ଭେ ମନେ ପକାଇ ସ୍ମରଣ କରି ପାଳନ କରୁଛେ । ତନ୍ମଧ୍ୟରୁ ଏତେ ସଂଖ୍ୟକ ଦେବତାମାନଙ୍କ ମଧ୍ୟରୁ ସର୍ବଶକ୍ତିମାନ କିଏ? ଯଥା ଏକନମ୍ବର, ଦୁଇନମ୍ବର ଏବଂ ତିନିନମ୍ବର କିଏ? ଏଭଳି ୩୩ ଗୋଟି ସଂଖ୍ୟାରେ ଥିବା ସତ୍ତ୍ୱେ, ସଂଖ୍ୟା ଆଧାରରେ ମଧ୍ୟ ପୁରାଣରେ ସଠିକ୍ ଲିପିବଦ୍ଧ ନଥିବାରୁ, ଏହା ବିଶ୍ୱର ହିନ୍ଦୁସମାଜ ପାଇଁ ଗୋଷ୍ଠି କନ୍ଦଳ ଭଳି ଦ୍ୱନ୍ଦ୍ୱ, ଅବାସ୍ତବ ତଥା ଅଗୋଚର ଭଳି ଲାଗୁଛି ।
ବିଶ୍ୱରେ, ବିଭିନ୍ନ ଧର୍ମାବଲମ୍ବିମାନଙ୍କ ଗ୍ରନ୍ଥରେ ଜଣକୁ ମାତ୍ର ଭଗବାନ ବୋଲି ମାନନ୍ତି, ଗ୍ରହଣ କରନ୍ତି, ପୂଜା କରନ୍ତି ଏବଂ ଦେହବହୀ କଳ୍କୀ ଯୁଗରେ ମନୁଷ୍ୟରୂପୀକୁ ଭଗବାନ ରୂପେ ପାଳନ କରନ୍ତି । ଏହାର କାରଣ ମୂଳରେ କେବଳ ଗୋଟିଏ ଭକ୍ତିଭାବ ଆଧାରରେ ଗୋଟିଏ ଅଖଣ୍ଡ ବିଶ୍ୱାସ ରହିଅଛି ବୋଲି ସେମାନଙ୍କର ଭାବଧାରା । ସେମାନଙ୍କ ଭକ୍ତିଭାବନା ଏବଂ ଗଭୀର ବିଶ୍ୱାସ ଅନୁସାରେ କୌଣସି ଅଙ୍କୁଶ ନାହିଁ କି ଦ୍ୱନ୍ଦ୍ୱ ନାହିଁ । ତାଙ୍କର ହୃଦୟ ଭିତରେ ଭରିରହିଛି ଅଖଣ୍ଡ ଭକ୍ତି ଓ ବିଶ୍ୱାସର ନିଦର୍ଶନ । ମନରେ ଉଜ୍ଜିବୀତ ଥିବା ଭକ୍ତିଭାବନା, ସାଧନା, ଉପାସନା, ପ୍ରାର୍ଥନାରେ ବିଭାଜନ ହେବାର ପ୍ରଶ୍ନ ହିଁ ଉଠୁନାହିଁ ବୋଲି ଜଣେ ହିଁ ଭଗବାନ ସେମାନଙ୍କ ପାଇଁ ସର୍ବସ୍ୱ ଅଟନ୍ତି ।
ଏଠାରେ ପ୍ରଥମେ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଛି ଯେ, ଭଗବାନ କିଏ? କାହାକୁ କୁହନ୍ତି ଏବଂ କେଉଁଠାରେ ଅଛନ୍ତି? ଏହାକୁ ଜାଣିବାପାଇଁ ନିଶ୍ଚିିତ ଭାବରେ ସମସ୍ତେ ବ୍ୟାକୁଳ ହୁଅନ୍ତି । ମୋର କଳ୍କୀ ପୁରାଣରୁ କେତେକାଂଶରେ ବ୍ୟାଖା କରିବା ପାଇଁ ଏ ମନୁଷ୍ୟ ଜଗତକୁ ଉଚିତ ମାର୍ଗଦର୍ଶନରେ ଶିକ୍ଷା ଦେବା ପାଇଁ ଆଜିର ପବିତ୍ର ଦିବସରେ ସଂକ୍ଷିପ୍ତରେ ବର୍ଣ୍ଣନା କରୁଛି ।
ଧର୍ମକୁ ଆଖିଠାର ଭଳି ବିଭିନ୍ନ ଧର୍ମରେ, ବିଭିନ୍ନ ନାମରେ ଭଗବାନ ବୋଲି କେହି ଜଣେ ଅଛନ୍ତି । ବର୍ତ୍ତମାନ ବିଭିନ୍ନ ଧର୍ମର ମନୁଷ୍ୟ ମଧ୍ୟ ବହୁରୂପୀ ଭଗବାନଙ୍କ ନାମରେ ମଧ୍ୟ ଅର୍ଦ୍ଧ ଭକ୍ତିଭରା ଓ କେତେକାଂଶରେ ବିଶ୍ୱାସର ସହିତ ପୂଜାର୍ଚ୍ଚନା, ଉପବାସ, ନିଷ୍ଠାର ସହିତ କାଳନ କରୁଛନ୍ତି । ଏ ମନୁଷ୍ୟ ଜଗତ ଏକ ହେଲେ ମଧ୍ୟ ଭଗବାନ ସେମାନଙ୍କ ପାଇଁ ଅନେକ ନାମରେ ନାମିତ ସଦୃଶ୍ୟ ହୋଇ ଭକ୍ତି ଭାବାବେଗର ଆଦାନପ୍ରଦାନ ନିଶ୍ଚିତ ଭାବରେ ଭାଗବଣ୍ଟା ଭଳି ବିଭାଜନ ହେଉଥିବାରୁ କେବଳ ଅଯଥା ସମୟ ନଷ୍ଟ ହୁଏ ସିନା, କୌଣସି ଆଶୀର୍ବାଦ ବା ସୁଫଳ ମିଳେ ନାହିଁ ।
ମନୁଷ୍ୟକୁ ଜନ୍ମ ଦିଅନ୍ତି ପିତାମାତା । ତାଙ୍କୁ ମଧ୍ୟ ଜଣେ ପିତାମାତା ଭାବରେ ଜନ୍ମ ଦେଇଥାନ୍ତି । ଏଭଳି କେତେ ଯେ, ପିତାମାତାଙ୍କ ଔଶର୍ଯ୍ୟରୁ ଜନ୍ମ ହେଲା ପରେ ଆମ୍ଭଙ୍କୁ ଜନ୍ମ ଦେଇଥିବା ପିତାମାତାଙ୍କୁ ଆମ୍ଭେ ଜାଣୁ ଯେ, ଏମାନେ ହେଲେ ଆମ୍ଭର ଜନ୍ମଦାତା । ତେବେ, ସର୍ବପ୍ରଥମ, ମୂଳ ଆଦି ଜନ୍ମଦାତା ନିଶ୍ଚିତ ଭାବରେ ଥିଲେ । କିନ୍ତୁ, ଏହି ଜନ୍ମଦାତାଙ୍କର ନାମ, ବାସସ୍ଥାନ ମଧ୍ୟ ଆମ୍ଭଙ୍କୁ ଅଗୋଚର । ତେଣୁ, ମୋର କଳ୍କୀ ପୁରାଣ, ଗ୍ରନ୍ଥରୁ ନୀତିଶିକ୍ଷା ଜାଣିବାର ଆଜିର ଯୁଗରେ ନିତ୍ୟାନ୍ତ ଆବଶ୍ୟକତା ଅଛି ।
ଜନ୍ମ ପରେ ମୃତ୍ୟୁ ସୁନିଶ୍ଚିତ । ଏହାକୁ ସମସ୍ତେ ଜାଣନ୍ତି, ମାନନ୍ତି । ପିତାମାତା ଜନ୍ମ ଦେଲା ପରେ ଖୁସିର ଲହରି ଖୋଳିଯାଏ । ଅସମାପ୍ତ ରହେ ସ୍ନେହ, ମମତା, ଆଶୀର୍ବାଦ । ପିତାମାତଙ୍କ ହୃଦୟ ଭିତରେ କେବେ ବି ଚିନ୍ତା କରନ୍ତି ନାହିଁ ଯେ ମୋର ପିଲାଛୁଆ ମୃତ୍ୟୁବରଣ କରୁ । ମୃତ୍ୟୁ ପାଇଁ ମଧ୍ୟ ବୟସ ଗୋଟିଏ ମାପକାଠି ନୁହେଁ । ପିତାମାତା ଜନ୍ମ କରିଥାନ୍ତି କଣ ମୃତ୍ୟୁବରଣ ପାଇଁ? ଆମ୍ଭେମାନେ ବରଂ ମୃତ୍ୟୁମୁଖରେ ପଡ଼ୁ, କିନ୍ତୁ ମୋର ପିଲା ଆଜନ୍ମ ଅମର ହୋଇ ରହୁ, ଏହା ହିଁ ପିଲାମାନଙ୍କ ପ୍ରତି ସେମାନଙ୍କର ସ୍ନେହାର୍ଶୀବାଦ ଥାଏ । ହେଲେ, ବିିଧିର ବିଧାନ ବିଚିତ୍ର ଏହି ସ୍ୱପ୍ନ ସାକାର ହେବାକୁ କାଳ, ସମୟ ନିର୍ଦ୍ଦିଷ୍ଟ ନୀତିରେ ଅଟଳ ରହେ । କସ୍ମିନ କାଳେ ସାକାର ହେବାକୁ ଦିଏନାହିଁ । ନିୟତିର ଏଭଳି ପାରମ୍ପରିକ ପରମ୍ପରାକୁ । ଆଶ୍ଚର୍ଯ୍ୟ ଲାଗେ, ଜନ୍ମ ଦିଅନ୍ତି ପିତାମାତା, ହେଲେ ଆମ୍ଭଙ୍କୁ ମାରୁଛି କିଏ? ଏଭଳି ପ୍ରଶ୍ନର ଉତ୍ତର ଦେବ ଯିଏ, ଜଣେ ସାଧାରଣ ମଣିଷ, ମୁର୍ଖାମୀ ଭାଷାରେ ଡ଼ାକ୍ତରୀ ଭାଷାରେ ଏହାର ସହଜ ଉତ୍ତରଟି ଜାଣିପାରୁଛି । କାଳର କରାଳ ଛାୟାରେ ଏ ବିଶ୍ୱବ୍ରହ୍ମାଣ୍ଡ ଆଚ୍ଛାଦିତ । ସମୟ ଆସିଲେ ଆମ୍ଭେ ବାହୁଡ଼ିବା, ନଚେତ୍ ରୋଗାଗ୍ରସ୍ତ ହେଲେ ବିଦାୟ ନେବା । ଏହା ହିଁ ସତ୍ୟ, ଅକାଟ୍ୟ ବଚନ, ଏହା ହିଁ ଆମ୍ଭର ସାଧାରଣରେ ବିଶ୍ୱାସ ରହିଛି । ପ୍ରକୃତରେ ଆମ୍ଭେ ଜାଣିନାହୁଁ ଯେ, କଳ୍କୀ ପୁରାଣ ଏହାକୁ ସମ୍ପୂର୍ଣ୍ଣ ଭାବରେ ବିରୋଧ କରି ଭୁଲ୍ ପ୍ରମାଣିତ କରିଛି ।
ମୋର କଳ୍କୀ ପୁରାଣ ଗ୍ରନ୍ଥରେ ଲିପିବଦ୍ଧ ଯେ, ଜନ୍ମ ପରେ ମୃତ୍ୟୁ ସୁନିଶ୍ଚିତ । ଏହା ବିଶ୍ୱ ସମାଜ ପାଇର୍ ସଠିକ୍ ଉତ୍ତର ହୋଇ ଥିବାବେଳେ ମୃତ୍ୟୁ ପରେ ଜନ୍ମ ମଧ୍ୟ ସୁନିଶ୍ଚିତ ଅଟେ । ଏହା ହିଁ ମଧ୍ୟ ତ୍ରିବାର ସତ୍ୟ ଉପରେ ଆଧାରିତ ଆଚମ୍ବିତ ଘଟଣା । ପାଠକ, ପାଠିକାମାନଙ୍କୁ ମୋର ଏଭଳି ନୀତିବାଣୀ ନିଶ୍ଚିତ ଭାବରେ ଅଗ୍ରହଣୀୟ ହେବ । ସ୍ତମ୍ଭିଭୂତ ହେବେ । ନିଶ୍ଚିତରୂପେ ଏହା ଆପଣମାନଙ୍କ ପାଇଁ କୌଣସି ଅବିଶ୍ୱାସର ଅବକାଶ ନାହିଁ । ଏଡା କେବଳ ଗୋଟିଏ ମାତ୍ର କର୍ତ୍ତବ୍ୟନିଷ୍ଠା, ହୃଦୟ ଭିତରେ ସ୍ନେହର ସାଧନା, ସହୃଦୟତାର ସହିତ ଅଖଣ୍ଡ ଭକ୍ତି, ଆରାଧନା, ପ୍ରାର୍ଥନା ଓ ଉପାସନା, ତପସ୍ୟା ଏବଂ ଗଭୀର ବିଶ୍ୱାସକୁ ନେଇ ଆମ୍ଭେ ସଫଳ ମାର୍ଗରେ ପହଞ୍ôଚ ପାରିବା, ଅମର ବର ପାଇବାରିବା, ମହାମୃତ୍ୟୁଞ୍ଜ ମନୁ ଜପ କଲେ ମୃତ୍ୟୁକୁ ମଧ୍ୟ ଜୟ କରିପାରିବା । ସେ ହିଁ ଈଶ୍ୱର, ସେ ହିଁ ଦେବଙ୍କ ମଧ୍ୟରେ ମହାଦେବ, ଦେବତାଙ୍କ ମଧ୍ୟରେ ମହାନ୍ । ଦେବାଦେବୀ ମାନଙ୍କ ମଧ୍ୟରେ ସର୍ବଶକ୍ତିମାନ, ସର୍ବସ୍ୱ ସେହି ହିଁ ପିତା, ସେ ହିଁ ମାତା, ସେ ହିଁ ସର୍ବସ୍ୱ ସକଳ କର୍ତ୍ତା । ସେ ହଁ ଯମରାଜଙ୍କୁ କ୍ଷମତା ଦେଇଛନ୍ତି କଳ୍କୀ ଯୁଗର କୁକର୍ମରେ ଲିପ୍ତ ଥିବା ମନୁଷ୍ୟମାନଙ୍କୁ ବିନାଶ କରିବା ପାଇଁ । ସେ ହିଁ କ୍ଷମତା, ବିଭାଗ ବଣ୍ଟନ କରିଛନ୍ତି ୩୩ ଗୋଟି ଦେବାଦେବୀମାନଙ୍କୁ । ତେବେ, କାହିଁକି ହୃଦୟ ଭିତରେ ଭରି ରହିଥିବା ସମସ୍ତ ଭକ୍ତିଭାବକୁ ବିଭାଜନ କରି ବଣ୍ଟନ କରିବା? ଜଣଙ୍କୁ ମାତ୍ର ସମ୍ପୂର୍ଣ୍ଣ ଭାବରେ ଅର୍ପଣ କରି ସମର୍ପି ଦେବା ନହିଁ କାହିଁକି? ଅମରବର ପାଇପାରିବା ନାହିଁ କାହିଁକି?
ତେବେ, ସେ କିଏ? କଳ୍କୀ ପୁରାଣ ଗ୍ରନ୍ଥ କହେ, ସେହି ମହାଶକ୍ତିମାନ, ଯେ କି ନିଜର ପୁତ୍ରକୁ ହତ୍ୟା କରି ପୁର୍ନଜନ୍ମ ଦେଇପାରିଥିଲେ । ଯିଏ ତାଙ୍କୁ ତପସ୍ୟା କରି ଅମରବର ପାଇପାରୁଥିଲେ, ଯିଏ ମନୁଷ୍ୟକୁ ମାରିଦେଇପାରେ ସେ ହିଁ ଭଗବାନ । ଯିଏ ମରି ଯାଇଥିବା ମନୁଷ୍ୟକୁ ବଞ୍ଚାଇ ଦେଇପାରେ, ତାଙ୍କୁ ହିଁ ଭଗବାନ ବୋଲି କୁହାଯାଇଛି । ୩୩ ଗୋଟି ଦେବତାଙ୍କ ମଧ୍ୟରେ ଏଭଳି କ୍ଷମତା କାହାର ଅଛି? ଏହାର ଉତ୍ତର କଳ୍କୀ ପୁରାଣରୁ ଆଦୃତ ହୋଇଥିବାରୁ ଆପଣ ନିଶ୍ଚିତ ପ୍ରାଞ୍ଜଳ ଭାବରେ ବୁଝିପାରିବେ ।
ଚତୁର୍ଦ୍ଦଶପୁର ଯେବେ ଶୂନ୍ୟମୟ ଥିଲା
ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଯେ କିଛି ହିଁ ନଥିଲା
ନଥିଲାଟି ଚନ୍ଦ୍ର ସୂର୍ଯ୍ୟ ଅନଳ ପବନ
ନଥିଲା ନଦୀ ପର୍ବତ ତରୁ ଲତା ଗୁଳ୍ମ
ନଥିଲେ ମନୁଷୀ ପଶୁପକ୍ଷୀ କୀଟ ଆଦି
ଶୂନ୍ୟମୟ ଥିଲା ସର୍ବ କଳିଯୁଗ ଆଦି
ଶିବଙ୍କଠୁ ଜନ୍ମ ହେଲା ଚତୁର୍ଦ୍ଦଶ ପୁର
ବ୍ରହ୍ମା, ବିଷ୍ଣୁ, ଇନ୍ଦ୍ର, ଆଉ ଦିବାକର
ତରୁଲତା ପଶୁପକ୍ଷୀ ବୃକ୍ଷଲତା ଯେତେ
ସକଳ ସର୍ଜନା ହେଲେ ଶିବଙ୍କ ଆଦେଶ
ସରାସୁର ଋଷି ମୁନି ନର ନାରୀଗଣ
ଚଉଦ ଭୁବନ ସବୁ ଅଟେ ଶିବଙ୍କ ଭିଆଣ
ସମସ୍ତେ ଶିବଙ୍କ ନାମ ଭଜନ କରନ୍ତି
ଶିବଙ୍କଠାରେ ସମସ୍ତଙ୍କ ଅନଳ ଭକତି
ଭକ୍ତିପ୍ରତି ଶିବଙ୍କର ଥାଏଟି ହୃଦୟ
ଅଜ୍ରାମର ସଦାଅଟେ ଶିବଭକ୍ତି କାୟା
ମୁ ହିଁ ବ୍ରହ୍ମା, ମୁ ହଁ ବିଷ୍ଣୁ, ମୁ ହିଁ ମହେଶ୍ୱର
ମୁଁ ହିଁ ଚନ୍ଦ୍ର, ମୁଁ ହିଁ ସୂର୍ଯ୍ୟ, ମୁଁ ହିଁ ନିଶାକର
ମୁଁ ହିଁ ରାତ୍ର, ମୁ ହିଁ ଦିନ, ମୁ ହିଁ ‘ମହାକାଳ’
ମୁ ହିଁ ସର୍ବଦା କରଇ ପ୍ରାଣୀଙ୍କ ମଙ୍ଗଳ
ମୁ ହିଁ ଯମ, ମୁ ହିଁ ବୈଦ୍ୟ, ଅନଳ ମରୁତ
ମୁ ହିଁ ହର୍ତ୍ତା, ମୁ ହିଁ କର୍ତ୍ତା, ମୁ ହିଁ ଆଦିଅନ୍ତ
ମୁ ହିଁ ବୃକ୍ଷ ମୁ ହିଁ ଲତା ତରୁ ପତ୍ର ମୁହିଁ
ମୋ ଆଦେଶରେ ସଚରାଚର ଜାତ ହୋଇ
ମୁ ହିଁ ନଦୀ, ମୁ ହିଁ ଜଳ, ମୁ ହିଁ ସ୍ଥଳ ଅଟେ
ମୁ ହିଁ ଯେ ପର୍ବତ ମୁ ହିଁ ଅଛି ସର୍ବ ଘଟେ
ମୁ ହିଁ ବଳ, ମୁ ହିଁ ନିର୍ବଳ, ମୁ ହିଁ ପରାକ୍ରମୀ
ମୋ ନାମ ମହିମା ଏକା ଜାଣିପାରେ ଧର୍ମୀ
ଭୟାତୁରର ଅଭୟଦାତା ଅଟେ ମୁହିଁ
ଚଉଦ ଭୁବନେ ମୋହ ଛଡ଼ା ଅନ୍ୟ ନାହିଁ
ମୁଁ ଜୀବନ୍ତ, ମୁ ହିଁ ମୃତ୍ୟୁ, ମୁ ହିଁ ଯମରାଜ
ସୃଷ୍ଟି ସ୍ଥିତି ପାଳନ ସଂହାର ମୋର କାର୍ଯ୍ୟ
ମୁ ହିଁ ଦେବ, ମୁ ହିଁ ଦେବୀ, ମୁ ହିଁ ସୁରାସୁର
ମୁ ହିଁ ପ୍ରାଣୀଙ୍କ ହୃଦରେ କରଇ ବିହାର
ମୁ ହିଁ ହନୁ ରୂପେ ଶ୍ରୀରାମଙ୍କ ହେଲି ଦୂତ
ଗୁରୁଡ଼ ରୂପେ ବିଷ୍ଣୁଙ୍କ ବାହାନ ମୁ ହିଁ ତ
ମୁଁ ଦାନବ, ମୁଁ ମାନବ, ଯକ୍ଷ ଭକ୍ଷ ମୁହିଁ
ମୁ ହିଁ ମହାକାଳ ରୂପେ ସଂସାର ଦହଇ
ମୁ ହିଁ ଗୃହ, ମୁଁ ନକ୍ଷତ୍ର ମୁ ହିଁ ଆଦିଶକ୍ତି
ମୁଁ ତାହାର ମୋକ୍ଷଦାତା ଯେତୁ କରେ ଭକ୍ତି
ଶୂନ୍ୟରୂପେ ଚଉଦ ଭୁବନ ମୁଁ ହିଁ ଯେ ଭ୍ରମଇ
ପ୍ରାଣୀଙ୍କର ଭଲ, ମନ୍ଦ, କର୍ମ ମୁଁ ଦେଖଇ
ଯେଉଁ ଜନ ନିଶିଦିନ ମୋତେ ସ୍ତୁତି କରେ
ସଦାବେଳେ ବନ୍ଧାଥାଏ ତା’ର ଭକ୍ତି ଡ଼ୋରେ
ମୋହର ଭକ୍ତକୁ ଯେବେ ବିପଦ ପଡ଼ଇ
ମୋ ନାମ ସ୍ମରଣ କଲେ ଦୁଃଖ ଯାଏଟି ପଳାଇ
କର୍ମେ ନଥିଲେ ମୁଁ ଯାଚିଦିଏ ଶୁଭ ବର
ତେଣୁ ଅକର୍ମଦାନୀ ଯେ ନାମ ଅଟେ ମୋର
ଗୋହତ୍ୟା, ସ୍ତ୍ରୀ ହତ୍ୟା, ବ୍ରହ୍ମହଦ୍ୟା ପାପମାନ
ଶିବନାମ ସ୍ମରଣରେ ହୋଇବ ଖଣ୍ଡନ”
ଇତିଶ୍ରୀ କଳ୍କୀ ପୁରାଣ ଗ୍ରନ୍ଥ ସମାପ୍ତ ।
(ଲେଖକ ଜଣେ ଶିବଶକ୍ତି, ଶିବ ଭକ୍ତି, ଶିବ ଯୋଗ, ଶିବ ଭୋଗ ଉପାସକ)
ମୋ : ୯୪୩୮୪୪୬୫୭୫
Comments are closed.