Latest Odisha News

BREAKING NEWS

ଶିବରାତ୍ରିରେ ଦାନ କରନ୍ତୁ ଏହିସବୁ ଜିନିଷ; ଦୂର ହୋଇଯିବ ସମସ୍ତ ଦୁଃଖ !

ଭୁବନେଶ୍ୱର: ମହାଦେବଙ୍କର ଅତିପ୍ରିୟ ଶିବରାତ୍ରୀ । ହିନ୍ଦୁଶାସ୍ତ୍ର ଅନୁଯାୟୀ ଏହି ତିଥିରେ ଗରିବ ମାନଙ୍କୁ ନିଜ ସମ୍ଭଳ ଅନୁସାରେ ଦାନ କଲେ କୁଣ୍ଡଳୀର ଦୋଷ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ଶାସ୍ତ୍ରରେ ଗରିବଙ୍କୁ ଦାନ କରିବାର ମହତ୍ଵ ଦର୍ଶାଯାଇଛି । ଦାନ କରିବା ଦ୍ୱାରା ସମସ୍ତ ଦୁଃଖ , କଷ୍ଟ ମୁକ୍ତି ମିଳିଥାଏ । ଜଣା ଅଜଣାରେ କରିଥିବା ପାପ କଟିଥାଏ। ଏହା ଦ୍ୱାରା ଅକ୍ଷୟ ପୂର୍ଣ୍ଣ ମିଳିଥାଏ ।

ଦାନ ବିନା ପୂଜା ଅସମ୍ପୂର୍ଣ୍ଣ । ଦାନରେ କିଛି ବି ଜିନିଷ ଦିଆଯାଇଥାଏ । ଜାଣନ୍ତୁ ଶିବରାତ୍ରିରେ କ’ଣ ଦାନ କଲେ କେଉଁ ଫଳ ମିଳିଥାଏ ।

ଜଳ ଦାନ କରିବା ଦ୍ୱାରା ବ୍ୟକ୍ତି ତୃପ୍ତି ମିଳିବା ସହିତ ମନ ଶାନ୍ତ ହୋଇଥାଏ ।

ଖାଦ୍ୟ ଦାନ କରିବା ଦ୍ୱାରା ଲମ୍ବା ଦିନ ପାଇଁ ସୁଖ ମିଳିଥାଏ।

ତେଲ ଦାନ କଲେ ସନ୍ତାନ ସୁଖ ମିଳିଥାଏ ।

ଦୀପ ଦାନ କଲେ ନେତ୍ର ବା ଆଖିର ଉଜ୍ଜଳତା ଅଧିକ ହୋଇଥାଏ ।

ଭୂମି ଦାନ କରିବା ଦ୍ୱାରା ଭକ୍ତିର ସବୁ ଇଛା ପୂରଣ ହୋଇଥାଏ ।

ସୁନା ଦାନ କରିବା ଦ୍ୱାରା ବ୍ୟକ୍ତିର ଆୟୁଷ ବଢିଥାଏ ।

ଯଦି କେହି ବ୍ୟକ୍ତି ଘର ତିଆରି କରି ଦାନ କରିଥାଏ ତାକୁ ବଡ ଘର ପ୍ରାପ୍ତି ହୋଇଥାଏ ।

ଚାନ୍ଦୀ ଦାନ କଲେ ବ୍ୟକ୍ତିର ସୁନ୍ଦରତା ବଢିଥାଏ ।

ଔଷଧ ଦାନ କଲେ ଆମେ ରୋଗରୁ ମୁକ୍ତି ପାଇଥାଉ ।

Leave A Reply

Your email address will not be published.