Latest Odisha News

BREAKING NEWS

ଜଙ୍ଗଲରୁ ୯ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ;ମାଫିଆ ଫେରାର

ମନମୁଣ୍ଡା: ବୌଦ୍ଧ ମନମୁଣ୍ଡା ପୋଲିସକୁ ବଡ଼ ସଫଳତା ମିଳିଛି । ବିପୁଳ ପରିମାଣ ଗଞ୍ଜେଇ ଜବତ କରିଛି ପୋଲିସ। ମନମୁଣ୍ଡା ଥାନା ଅନ୍ତର୍ଗତ ସିଗାଡି ଜଙ୍ଗଲରେ ୧୮ଟି ବସ୍ତାରୁ ପ୍ରାୟ ୯ କୁଇଣ୍ଟାଲରୁ ଅଧିକ ପରିମାଣ ଗଞ୍ଜେଇ ଜବତ ହୋଇଛି। ତେବେ ଏହି ମାମଲାରେ ସଂପୃକ୍ତି ଥିବା ମାଫିଆ ଫେରାର ରହିଛନ୍ତି ।

ସୂଚନାଥାଉକି, ଗତକାଲି ଏସଆଇ ନରସିଂହ ମହାପାତ୍ର ଓ ଷ୍ଟାପ୍ ପେଟ୍ରୋଲିଂ କରୁଥିବା ସମୟରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇଥିଲେ ଯେ, ସିଗାଡି ଗ୍ରାମ ଜଙ୍ଗଲ ନିକଟରେ ଗୋଟିଏ ବୁଦାମୂଳରେ କିଛି ଅଜଣା ଲୋକ ଗଞ୍ଜେଇ ବିକ୍ରି କରିବା ନିମନ୍ତେ ଗଞ୍ଜେଇ ଗଚ୍ଛିତ କରି ରଖିଛନ୍ତି । ଉକ୍ତ ଖବର ପାଇ ପୋଲିସ ଚଢ଼ାଉ କରିଥିଲେ । ସେଠାରୁ ଖୋଜାଖୋଜି ପରେ ୧୮ଟି ଜରି ବସ୍ତା ପାଇଥିଲେ । ଉକ୍ତ ଗଞ୍ଜେଇକୁ ମାଜିଷ୍ଟ୍ରେଟ ଓ ସାକ୍ଷୀମାନଙ୍କର ଉପସ୍ଥିତିରେ ଓଜନ କରାଯାଇଥିଲା। ତେବେ ଗଞ୍ଜେଇ ବସ୍ତାର ଓଜନ ପ୍ରାୟ ୦୯ କୁଇଣ୍ଟାଲ ୦୪ କେଜି ୧୪୦ ଗ୍ରାମ ହୋଇଥିଲା ।

 

Leave A Reply

Your email address will not be published.