Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା କରିବା ବା ତାଙ୍କରି ସେବକ ରୂପେ ନିଜକୁ ପ୍ରସ୍ତୁତ କରିବା ନିଶ୍ଚିତ ଭାବରେ ଏକ ଦୁର୍ଲଭ ଅନୁଭବ, ଆଉ ସେହି ଅନୁଭବକୁ ସାଉଁଟି ଆଜି ଯେଉଁ ସେବକମାନଙ୍କ କଥା ଆଲୋଚନା ପ୍ରସଙ୍ଗରେ ଜାଣିବା ସେମାନେ ହେଲେ “ଲେଙ୍କା ଓ “ପlଣିଆ “ସେବକ। ତେବେ ପ୍ରଥମେ ଆଲୋଚନା କରିବା “ଲେଙ୍କା ସେବକଙ୍କ କଥା। ଏମାନେ ହେଲେ ଶାଢ଼ୀ ବନ୍ଧା ଶୁଦ୍ର ସେବକ ଓ ଏହି ସେବା ବଂଶାନୁକ୍ରମିକ ସେବା ଅଟେ । ଏମାନଙ୍କ ମୂଖ୍ୟ ସେଵା ହେଲା ପ୍ରତିଦିନ ଭୋର ସମୟରେ ପାଳିଆ ପତ୍ରି, ଗରାବଡୁଙ୍କୁ ଡାକିଅlଣନ୍ତି। ବେହରଣ ସ୍ଥାନରେ ଲାଗିହେବା ପଦାର୍ଥ ଆସିଲେ ଦେଉଳକରଣଙ୍କୁ କହି ମନ୍ଦିର ଅଫିସ ରେ ଦାଖଲ କରାନ୍ତି। ସ୍ନାନ ପୁର୍ଣିମାରେ ହାତୀ ବେଶ ସାମଗ୍ରୀ ଆଣିବାକୁ ରାଘବ ଦାସ ମଠ ଓ ଗୋପାଳ ତୀର୍ଥ ମଠକୁ ଯାଆନ୍ତି। ସେହି ରାତ୍ରରେ ଚିତ୍ରକାର ଘରୁ ଘଣ୍ଟ ଛତା ସହ ଚିତ୍ର ପଟି ବିଜେ କରି ଆଣନ୍ତି। ଅଣସରରେ ଦଇତାମାନଙ୍କୁ ଡାକନ୍ତି। ଶ୍ରୀଗୁଣ୍ଡିଚା ଦିନରେ ଶ୍ରୀଜୀଉମାନଙ୍କ ସହ ଯାଇଥାନ୍ତି. ଭଣ୍ଡାର ଘରୁ ଚକ୍ର ନେଇ ମଦନମୋହନଙ୍କ ଚାପରେ ଠିଆ ହୁଅନ୍ତି। ନବକଳେବର ସମୟରେ ଦାରୁ ଅନ୍ୱେଷଣରେ ମଧ୍ୟ ଚକ୍ର ଧରି ଯାଆନ୍ତି। ଶ୍ରୀମନ୍ଦିରରେ ଧ୍ବଜା ବନ୍ଧାରେ ଉପସ୍ଥିତ ରହିଥାନ୍ତି। ଏହିପରି ବିଭିନ୍ନ ସେବା ପ୍ରଦାନ କରୁଥିବାରୁ ଏହି ଲେଙ୍କା ସେବକଙ୍କୁ ଚାରି ଭାଗରେ ବା ଚାରି ପ୍ରକାରରେ ବ୍ୟକ୍ତ କାରାଯାଏ ଯଥା।

୧. ବରଗଣିଆ ଲେଙ୍କା ୨ . ତାଟ ଲେଙ୍କା ୩ . ଛାମୁ ଲେଙ୍କା ୪ . ପାଳିଆ ଲେଙ୍କା ।

ଏବେ ଆସନ୍ତୁ ଜାଣିବା ପଣିଆ ସେବକ ଙ୍କ ଵିଷୟରେ ସାଧାରଣରେ ଏମାନେ କୋଠ ଭୋଗ ପlଣିଆ ସେବକ ହିସାବରେ ପରିଚିତ। ଏମାନେ ଶାଢ଼ୀ ବନ୍ଧା ସେବକ ନୁହଁନ୍ତି। କିନ୍ତୁ ଏମାନଙ୍କ ସେବା ବଂଶାନୁକ୍ରମିକ ଅଟେ ଓ ଏମାନେ ବ୍ରlହ୍ମଣ ସେବକ ଅଟନ୍ତି । କୋଠ ଭୋଗ ନିମନ୍ତେ ପାଣି ଯୋଗାନ୍ତି। ରୋଷ କୂଅରୁ ପାଣି ଆଣି ରୋଷକୁ ଯୋଗାଇଥାନ୍ତି। ନୀଳାଦ୍ରି ମହୋଦୟ, ସହସ୍ର କୁମ୍ଭାଭିଷେକ ଓ ପୁଷ୍ୟlଭିଷେକରେ ମଧ୍ୟ ଜଳ ଯୋଗାଇ ଦିଅନ୍ତି। ଜଳ ବା ପାଣି ଯୋଗାଉ ଥିବାରୁ ଏମାନଙ୍କୁ ପାଣିଆ ଆଖ୍ୟା ଦିଆଯାଇଛି। ଆଗାମୀ ଅଧ୍ୟାୟମାନଙ୍କରେ ଜାଣିବା ଆହୁରି ଅନେକ ସେବା ବିଷୟରେ। ଏବେ ଆରାଧନା ଓ ଭାଗବତ ପଠନର ସମୟ ଅଟେ ।

ଏମନ୍ତେ ପୁଜି ନରହରି
ବହୁତ ଦଣ୍ଡବତ କରି ।
କୃଷ୍ଣ ଙ୍କୁ ଈଶ୍ୱର ପ୍ରତକ୍ଷେ
ମଣି ନମିବ ପୁଣ ପଛେ ।
ଧ୍ୟ୍ୟlନେ କୃଷ୍ଣଙ୍କୁ ହୃଦେ ଧରି
ମନ୍ତ୍ର ହୃଦୟ ପଦ୍ମେ ଭରି ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.