Latest Odisha News

ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ

ମୁମ୍ୱାଇ: ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ । ମୁମ୍ୱାଇର ନାଗପଡ଼ା ଅଞ୍ଚଳରେ ଥିବା ମଲରେ ଲାଗିଥିଲା ନିଆଁ । ଗତକାଲି ରାତିରୁ ହଠାତ୍ ମୁମ୍ୱାଇର ସିଟି ସେଣ୍ଟ୍ରାଲ ମଲରେ ଅଗ୍ନିକାଣ୍ଡ ହୋଇଥିଲା । ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ ଟିମ୍ । ଆଜି ସକାଳ ନିଆଁ ଆୟତ୍ତ କରାଯାଇଛି ।

BjdElectrycity

ଗତକାଲି ରାତି ୯ଟାରେ ପ୍ରଥମେ ସପିଂ ମଲର ଦ୍ୱିତୀୟ ମହଲାରେ ନିଆଁ ଲାଗିଥିଲା । ପରେ ଏହା ତୃତୀୟ ମହଲାକୁ ବ୍ୟାପିଥିଲା । ସେତେବେଳେ ମଲ୍ ଭିତରେ ପାଞ୍ଚ ଶହ ଲୋକ ଥିବା କୁହାଯାଉଛି । ସମସ୍ତଙ୍କୁ ଯୁଦ୍ଧକାଳିନ ଭିତ୍ତିରେ ବାହାରକୁ ବାହାର କରାଯାଇଥିଲା ।

ସାରା ରାତି ଚାଲିଥିଲା ନିଆଁ ଲିଭା କାମ । ନିୟୋଜିତ ଥିଲେ ୨୫୦ ଆଗ୍ନିକ ଓ ୨୪ ଜଣ ଫାୟାର ଇଞ୍ଜିନିୟର । ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀକୁ ବେଶ କସରତ କରିବାକୁ ପଡ଼ିଥିଲା । ଆହତ ହୋଇଛନ୍ତି ଅଗ୍ନିଶମ ବାହିନୀର ଦୁଇ ଜଣ କର୍ମଚାରୀ । ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.