Latest Odisha News

BREAKING NEWS

୨୦ ମହଲା ବିଲଡିଂରେ ଭୟଙ୍କର ନିଆଁ, ୨ମୃତ

ମୁମ୍ବାଇ: ୨୦ ମହଲା ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ । ମୁମ୍ବାଇ ନାନା ଛକରେ ଥିବା ଥିବା ଏହି ବହୁତଳ ବିଶିଷ୍ଟ କୋଠାରେ ହଠାତ୍ ନିଆଁ ଲାଗିଥିଲା । ସକାଳ ପାଖାପାଖି ସାଢ଼େ ୭ଟା ବେଳେ ବିଲଡିଂର ୧୮ ନମ୍ବର ମହଲାରେ ଲାଗିଥିଲା ନିଆଁ । ପ୍ରାଥମିକ ସୂଚନା ଅନୁସାରେ ଏହି ଅଗ୍ନିକାଣ୍ଡରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ୧୫ରୁ ଅଧିକ ଆହତ ହୋଇଛନ୍ତି ।

ହଠାତ ବିଲଡିଂରେ ନିଆଁ ଲାଗିବା ପରେ ସମସ୍ତେ ଆତଙ୍କିତ ହୋଇ ପଡିଥିଲେ । ଭୟରେ ବାହାରକୁ ପଳାଇ ଆସିଥିଲେ ଲୋକ । ଧାଁ ଦୌଡ଼ ଆରମ୍ଭ ହୋଇଥିଲା । ଭାଟିଆ ହସ୍ପିଟାଲରେ ନିକଟରେ ରହିଛି ଏହି ୨୦ ମହଲା ବିଶିଷ୍ଟ ବିଲଡିଂ ।

ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିବା କାମରେ ଲାଗିଛନ୍ତି । ଆହତଙ୍କୁ ଉଦ୍ଧାର କରି ଭାଟିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କେମିତି ନିଆଁ ଲାଗିଲା ଜଣା ପଡିନି ।

Comments are closed, but trackbacks and pingbacks are open.