Latest Odisha News

[ଭିଡ଼ିଓ] ଢିଙ୍କିଆ ଗସ୍ତରେ ୧୩ ରାଜନୈତିକ ଦଳର ପ୍ରତିନିଧି, ପୁଲିସ ହଟାଇବାକୁ ଦାବି

ଜଗତସିଂହପୁର: ଜଗତସିଂହପୁର ଏରସମା ଢ଼ିଙ୍କିଆ ଅଞ୍ଚଳରେ ଜିନ୍ଦଲ ପ୍ରକଳ୍ପ ନିର୍ମାଣ ଜମିଅଧିଗ୍ରହଣ ସମୟରେ ନିରୀହ ଜନତା ଙ୍କୁ ନିସ୍ତୁକ ମାଡ଼ ମାରିବା ଘଟଣାକୁ ପ୍ରତିବାଦ କରାଯାଇଛି । ଢ଼ିଙ୍କିଆ ଚାରିଦେଶରୁ ପୋଲିସ ପ୍ରତ୍ୟାହାର କରିବା ଆଦି ଦାବି ନେଇ ୧୩ ଗୋଟି ରାଜନୈତିକ ଦଳର ପ୍ରତିନିଧି ମଣ୍ଡଳୀ ଢ଼ିଙ୍କିଆ ଅଞ୍ଚଳ ଗସ୍ତ କରିଛନ୍ତି ।

ଜନସାଧାରଣ ଙ୍କ ସୁଖଦୁଃଖ ପଚାରି ବୁଝିବା ସହ ଜଗତସିଂହପୁର ଏସ.ପି ଅଖିଳେଶ୍ୱର ସିଂ ଙ୍କ ସହିତ  ଆଲୋଚନା କରିଛନ୍ତି । ଢ଼ିଙ୍କିଆ ଅଞ୍ଚଳ ଗସ୍ତ କରି ପୋଲିସ ର ବର୍ବୋରଚିତ ଆକ୍ରମଣ ସଂକ୍ରାନ୍ତରେ ଢ଼ିଙ୍କିଆବାସୀଙ୍କ ଠାରୁ ପଚାରି ବୁଝିଥିଲେ l ପରବର୍ତ୍ତୀ ସମୟରେ ଏହି ୧୩ ଦଳୀୟ ପ୍ରତିନିଧି ମଣ୍ଡଳୀ ଜଗତସିଂହପୁର ଏସପିଙ୍କୁ ସାକ୍ଷାତ କରିବା ସହ ଢ଼ିଙ୍କିଆ ବିବାଦ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ବିନା ଏମ୍ଓୟୁ ଜରିଆରେ ଏଭଳି ପଦକ୍ଷେପ ଗ୍ରହଣ କରିପାରୁଛନ୍ତି । ଆଗାମୀ ଦିନରେ ତୁରନ୍ତ ରାଜ୍ୟ ସରକାର ଏଥିରୁ ନିବୃତ ରହି ତ୍ୱରିତ କାର୍ଯ୍ୟପନ୍ଥା ଗ୍ରହଣ ନ କରନ୍ତି ତେବେ ଏହି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ଚେତାବନୀ ଦେଇଛନ୍ତି ।

 

Comments are closed, but trackbacks and pingbacks are open.