Latest Odisha News

BREAKING NEWS

ହସ୍ପିଟାଲରୁ ଡିସଚାର୍ଜ ହେଲେ ମଲାଇକା ଆରୋରା , ଅର୍ଜୁନ କପୁରଙ୍କ ସହ ଘରକୁ ଫେରିଲେ

 ମୁମ୍ବାଇ : ହସ୍ପିଟାଲରୁ ଡିସଚାର୍ଜ ହେଲେ ମଲାଇକା ଆରୋରା । ମଲାଇକାଙ୍କ କାର୍ ଗତକାଲି ରାତିରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ସମୟରେ ମଲାଇକା ସାମାନ୍ୟ ଆହତ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେ ଆଜି ସୁସ୍ଥ ହୋଇ ଅର୍ଜୁନ କପୁରଙ୍କ ସହ ଘରକୁ ଫେରିଛନ୍ତି ।

BjdElectrycity

ଏନେଇ ମଲାଇକାଙ୍କ ଭଉଣୀ ଅମ୍ରିତା ଆରୋରା ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି । ମଲାଇକାଙ୍କ କାର ଦୁର୍ଘଟଣା ଗ୍ରସ୍ତ ହେବା ପରେ ଚିନ୍ତାରେ ପଡିଯାଇଥିଲେ ଅର୍ଜୁନ । ହେଲେ ଏବେ ମଲାଇକାଙ୍କୁ ହସ୍ପିଟାଲରୁ ମଲାଇକାଙ୍କ ଭଉଣୀ ଅମୃତା ଓ ଅର୍ଜୁନ କପୁର ନେଇ ଆସିଛନ୍ତି । ସେ ଏବେ ସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ ତିନି ଗାଡ଼ି ମୁହାଁମୁହିଁ ଧକ୍କା  ହେବା ପରେ ମଲାଇକା ସାମାନ୍ୟ ଆହତ ହୋଇଥିଲେ । କେଉଁ ଭୁଲ୍ ଯୋଗୁ ଏପରି ହେଲା ସେ ବିଷୟରେ ତଦନ୍ତ ଚଳାଇଛି ପୁଲିସ। ତାଙ୍କ ସମ୍ପର୍କୀୟ ଲୋକଙ୍କ କହିବା  ଅନୁସାରେ ଦୁର୍ଘଟଣାରେ ମଲାଇକାଙ୍କର ଦୁଇଟି ଷ୍ଟିଜ୍ ପଡିଛି।

Leave A Reply

Your email address will not be published.