Latest Odisha News

BREAKING NEWS

ମାଲକାନଗିରି ଅଧୀକ୍ଷଣ ଯନ୍ତ୍ରୀଙ୍କ ବ୍ୟାଙ୍କ ଲକରରୁ ମିଳିଲା ଆଉ ୮୯୯ ଗ୍ରାମ୍ ସୁନା

ଯେତେ ଖୋଳିଲେ ସେତେ ବାହାରୁଛି, ୫ ଦିନ ହେବ ସରୁନି ସମ୍ପତ୍ତିର ହିସାବ

ଭୁବନେଶ୍ୱର: ଯେତେ ଖୋଳିଲେ ସେତେ ବାହାରୁଛି । ୫ ଦିନ ହେଲା ସରୁନି ଭିଜିଲାନ୍ସ ରେଡ୍ । ମାଲକାନଗିରି ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଆଖି ଟେରା । ବ୍ୟାଙ୍କ ଲକରୁ ମିଳିଲା ଆଉ ୮୯୯ ଗ୍ରାମ୍ ସୁନା । ଭୁବନେଶ୍ୱର ନୀଳାଦ୍ରିବିହାର ବ୍ୟାଙ୍କ ଅଫ ବରୋଦା ଲକର୍‌ରୁ ୮୯୯ ଗ୍ରାମ ସୁନା ଠାବ ହୋଇଛି । ଏଯାଏ ଆଶିତ ଦାସଙ୍କ ଘରୁ ଓ ବ୍ୟାଙ୍କରୁ ୨ କିଲୋ ୧୦୦ ଗ୍ରାମ୍ ଓଜନର ସୁନା ଓ ଗହଣା ଠାବ ହେଲାଣି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଗ୍ରାମ୍ୟ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଘର, ଅଫିସ ଓ ବିଭିନ୍ନ ସ୍ଥାନରେ ପଞ୍ଝା ମାରିଛି ଭିଜିଲାନ୍ସ । ପାଞ୍ଚ ଦିନ ହେବ ସମ୍ପତ୍ତିର ହିସାବ ନିକାଶ ସରୁନି । ତାଙ୍କ ଘରୁ ମିଳିଥିବା ପୁଳା ପୁଳା ଓ ବିଡ଼ା ବିଡ଼ା ଟଙ୍କା ଗଣି ଗଣି ହାଲିଆ ହେଲେଣି ଭିଜିଲାନ୍ସ ଟିମ୍ ।

ଆଶିଷ ଦାସଙ୍କ ଘରୁ ରେକର୍ଡ ନଗଦ ଟଙ୍କା ଜବତ ହୋଇଛି । ୧ କୋଟି ୩୯ ଲକ୍ଷ ଟଙ୍କା ମିଳିଛି । ଯାହାକି ଓଡ଼ିଶା ଭିଜିଲାନ୍ସ ଇତିହାସରେ ସର୍ବକାଳୀନ ରେକର୍ଡ । ପୂର୍ବରୁ କେବେ କାହା ଘରେ ରେଡ୍ ବେଳେ ଏତେ ସଂଖ୍ୟକ କ୍ୟାସ୍ ଦବତ କରି ନଥିଲା ଭିଜିଲାନ୍ସ । ଏଯାଏ ୧୧ କୋଟିରୁ ଅଧିକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହେଲାଣି ।

ଗତକାଲି ଚଢ଼ାଉ ବେଳେ ଭିଜିଲାନ୍ସକୁ ୨୧ ଲକ୍ଷ ୭୫ ହଜାର ୪୭୦ ଟଙ୍କା ଓ ୬୦୨ ଗ୍ରାମ ସୁନା ମିଳିଥିଲା । ମୋଟ ନଗଦ ୧ କୋଟି ୩୯ ଲକ୍ଷ ୭୫ ହଜାର ଟଙ୍କା ସିଜ୍ ହୋଇଥିବା ବେଳେ ଗତକାଲି ସୁଦ୍ଧା ୧ କିଲୋ ୨୦୦ ଗ୍ରାମ ସୁନା ଠାବୂ ହୋଇଥିଲା ।

ସେହିପରି ଆକ୍ସିସ ବ୍ୟାଙ୍କରେ ନିଜ ସଂପର୍କୀୟ, ପରିବାର ଲୋକଙ୍କ ନାଁରେ ପ୍ରାୟ ୨ କୋଟି ୨୫ ଲକ୍ଷ ଟଙ୍କା ଜମା ରହିଛି । ପ୍ରାୟ ୪ କୋଟିରୁ ଅଧିକ ବ୍ୟାଙ୍କ ଡିପୋଜିଟ୍, ବୀମା ଓ ବିଭିନ୍ନ ସ୍ଥାନରେ ଜମା କରାଯାଇଥିବା ଜାଣିବାକୁ ପାଇଛି ଭିଜିଲାନ୍ସ ।

Leave A Reply

Your email address will not be published.