Latest Odisha News

BREAKING NEWS

ଶ୍ରୀଜିଉଙ୍କ ଦର୍ଶନ କଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ପୁରୀ : ପୁରୀ ଗସ୍ତରେ  ଆନ୍ଧ୍ରପ୍ରଦେଶ ରାଜ୍ୟପାଳ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ପତ୍ନୀଙ୍କ ସହିତ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି  । ଶ୍ରୀମନ୍ଦିର ସମ୍ମୁଖରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ତାଙ୍କୁ ସ୍ବାଗତ କରିଥିଲେ।

ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ମହାପ୍ରଭୁଙ୍କ ଦର୍ଶନ ସାରି  କହିଛନ୍ତି , ମହାପ୍ରଭୁଙ୍କ ସେବା ମୁଁ ବହୁତ ଦିନ ଧରି କରିଛି। ମହାପ୍ରଭୁଙ୍କ ପାଇଁ ମୁଁ ଗୋଟିଏ ସାଧାରଣ ଭକ୍ତଟିଏ । ବହୁତ ଦିନରୁ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଇଚ୍ଛା ଥିଲା। ଆଜି ମହାପ୍ରଭୁଙ୍କ ବଡ଼ ସିଂହାର ବେଶ ଏକାଦଶୀରେ ଦର୍ଶନ କରି ବେଶ ଆନନ୍ଦ ଅନୁଭବ ହେଉଛି । ଏଥି ସହିତ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରସାଦ ଓ ଶ୍ରୀ ଜଗନ୍ନାଥଙ୍କ ଫୋଟୋ ଥିବା ଏକ ବକ୍ସ ପ୍ରଦାନ କରିଥିଲେ ନୀତି ପ୍ରଶାସକ। ରାଜ୍ୟପାଳ ଶ୍ରୀଜିଉଙ୍କୁ ଦର୍ଶନ କରି ସେ ଅତ୍ୟନ୍ତ ଆନନ୍ଦିତ ହୋଇଥିବା କହିଛନ୍ତି । ଦର୍ଶନ ପାଇଁ ଦୀର୍ଘ ଦିନରୁ ଇଚ୍ଛା ଥିଲେ ମଧ୍ୟ କରୋନା ପାଇଁ ଆସିପାରୁନଥିଲେ ଏବେ କରୋନା ଟିକେ କମିବା ପରେ ପୁରୀ ଗସ୍ତ କରି ସେ ଶ୍ରୀଜିଉଙ୍କୁ ଦର୍ଶନ କରିଥିବା କହିଛନ୍ତି ।

ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରି  ଶ୍ରୀମନ୍ଦିର ପ୍ରଶାସନକୁ ୫୦ ହଜାର ଟଙ୍କା ଦାନ କରିଛନ୍ତି ରାଜ୍ୟପାଳ ।….

Leave A Reply

Your email address will not be published.