Latest Odisha News

BREAKING NEWS

ମମିତା ମେହେର ମର୍ଡର କେସ୍ : ଜେସିବି ଓ ସ୍କୁଟି ଜବତ

ବଲାଙ୍ଗିର: ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲା । ବ୍ୟବହୃତ ଜେସିବି ଓ ସ୍କୁଟିକୁ ଜବତ କରି ଥାନାକୁ ଆଣିଛି ପୋଲିସ । ମହାଲିଙ୍ଗରୁ ଏହି ଦୁଇ ଗାଡ଼ିକୁ ଜବତ କରି ସିନ୍ଧେକେଲା ଥାନାକୁ ଅଣାଯାଇଛି ।

BjdElectrycity

ମମିତାଙ୍କୁ ହତ୍ୟା କରିବା ପରେ ଗୋବିନ୍ଦ ସାହୁ ଶବ ପୋତିବାକୁ ଏହି ଜେସିବି ବ୍ୟବହାର କରିଥିଲା । ସେହିପରି ଶବ ପୋଡ଼ିବା ପାଇଁ ଟାୟାର ଆଣିବାକୁ ଏହି ସ୍କୁଟି ବ୍ୟବାହର କରିଥିଲା । ତେବେ ପୋଲିସର ତଦନ୍ତ ପ୍ରକ୍ରୀୟାକୁ ନେଇ ସନ୍ଦେହ ପ୍ରକାଶ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ।

ମମିତାକୁ ହତ୍ୟାକରୀ ମହାଲିଙ୍ଗ ସ୍କୁଲ ପଡିଆରେ ଜେ.ସି.ବି ସାହାଯ୍ୟରେ ଗାତ ଖୋଳି ପୋତିଦେଇଥିବା ପୋଲିସ କହିଥିଲା । ଏହା ସହିତ ଗୋବିନ୍ଦ ସାହୁ ନିଜ ସ୍କୁଟିରେ ଶବ ପୋଡିବା ପାଇଁ ଟାୟାର ଆଣିଥିବା ପୋଲିସକୁ କହିଥିଲା । ତେଣୁ ସିନ୍ଧେକେଲା ପୋଲିସ ମହାଲିଙ୍ଗରୁ ଘଟଣାରେ ବ୍ୟବହୃତ ଜେ.ସି.ବି ଏବଂ ଗୋବିନ୍ଦର ସ୍କୁଟିକୁ ଜବତ କରି ଥାନାକୁ ଆଣିଛି ।

ଜେ.ସି.ବି ଡ୍ରାଇଭର ଗାତ ଖୋଲିବା ଏବଂ ଗାତ ପୋତିବା କାମ କରିଥିଲେ, ମଧ୍ୟ ହତ୍ୟାକାଣ୍ଡ ସଂପର୍କରେ ଜାଣିନଥିବା କହି, ତାକୁ ଛାଡି ଦେଇଥିଲା । ଏପରିକି ଜେ.ସି.ବି ଡ୍ରାଇଭରକୁ ପୋଲିସ ସାକ୍ଷୀ କରିଥିବା ଜଣାପଡିଛି । ଜେ.ସି.ବି ଡ୍ରାଇଭରକୁ ଛାଡି ଦେଇଥିଲେ ମଧ୍ୟ ଜେ.ସି.ବିକୁ ଜବତ କରିଛି ପୋଲିସ । ତେଣୁ ଲୋକଙ୍କ ଭିତରେ ଏବେ ବଡ ପ୍ରଶ୍ନ ଡ୍ରାଇଭର କିପରି ନିର୍ଦ୍ଦୋଷ ହେଲା।  ଏନେଇ ଏବେ ଜୋରଦାର ଚର୍ଚ୍ଚା । ଏ

Leave A Reply

Your email address will not be published.