Latest Odisha News

କିନ୍ନର ଆଖାଡାରେ ମହାମଣ୍ଡଳେଶ୍ବର ହେବେ ମମତା କୁଲକର୍ଣ୍ଣି

ପ୍ରୟାଗରାଜ: ୯୦ ଦଶକର ସବୁଠାରୁ ପ୍ରସିଦ୍ଧ ଅଭିନେତ୍ରୀ ମମତା କୁଲକର୍ଣ୍ଣୀ ଏବେ ସନ୍ୟାସୀ ହୋଇଯାଇଛନ୍ତି । ସେ ଚଳଚ୍ଚିତ୍ର ଜଗତ ଛାଡି ଏବେ ଧର୍ମର ପଥ ଗ୍ରହଣ କରିଛନ୍ତି । ମମତା କୁଲକର୍ଣ୍ଣୀ ବର୍ତ୍ତମାନ ପ୍ରୟାଗରାଜ ମହାକୁମ୍ଭରେ ପହଞ୍ଚିଛନ୍ତି । ସେଠାରେ ସେ ସନ୍ୟାସୀ ଦୀକ୍ଷା ନେଇଛନ୍ତି । ଏହି ସମୟରେ ସେ ଜଣେ ସାଧ୍ୱୀ ବେଶରେ ନଜର ଆସିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଫଟୋରେ, ମମତା ବେକରେ ରୁଦ୍ରାକ୍ଷ, କାନ୍ଧରେ ବ୍ୟାଗ ପକାଇଥିବା କିନ୍ନର ଆଖଡ଼ାରେ ଗେରୁଆ ରଙ୍ଗର ବସ୍ତ୍ର ପିନ୍ଧି ବସିଥିବାର ଦେଖିବାକୁ ମିଳିଛି ।

ସୂଚନା ମୁତାବକ, କିନ୍ନର ଅଖଡ଼ାରେ ଅଭିନେତ୍ରୀଙ୍କୁ ମହାମଣ୍ଡଳେଶ୍ୱର ଉପାଧି ଦିଆଯାଉଛି, ଆଜି ସନ୍ଧ୍ୟାରେ ଅଭିନେତ୍ରୀଙ୍କ ପଟ୍ଟାଭିଷେକ ଉତ୍ସବ ଅନୁଷ୍ଠିତ ହେବ । ସେ ଅଖାଡାରେ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଡକ୍ଟର ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କୁ ମଧ୍ୟ ଭେଟି ଆଶୀର୍ବାଦ ନେଇଥିଲେ । ମମତା କୁଲକର୍ଣ୍ଣୀ ଏବେ ଶ୍ରୀ ମାଈ ମମତା ନନ୍ଦ ଗିରି ନାମରେ ପରିଚିତ ହେବେ ।

ମମତା କୁଲକର୍ଣ୍ଣୀ ଓରଫ ମମତା ନନ୍ଦ ଗିରି ମଧ୍ୟ ସଙ୍ଗମ ନଦୀ କୂଳରେ ନିଜ ହାତରେ ପିଣ୍ଡ ଦାନ କରିଥିଲେ । ଅଭିନେତ୍ରୀ ମମତା କୁଲକର୍ଣ୍ଣି ଦୀର୍ଘ ଦୀର୍ଘ ୨୫ବର୍ଷ ପରେ ଭାରତ ଫେରି ଆସିବା ଖବର ପାଇବା ପରେ ତାଙ୍କ ଫ୍ୟାନ୍ସମାନେ ଖୁବ ଖୁସି ହୋଇଯାଇଥିଲେ । ନିକଟରେ ଅଭିନେତ୍ରୀଙ୍କ ବଲିଉଡକୁ ଫେରିବା ଖବର ଆସିଥିଲା । ହେଲେ ଆଜି ଅଭିନେତ୍ରୀ ତାଙ୍କ ସୋସିଆଲ ମିଡିଆରେ ନିଜର ସନ୍ୟାସୀ ଖବର ପ୍ରକାଶ କରି ଏହି ସମସ୍ତ ଗୁଜବର ଅନ୍ତ ଘଟାଇଛନ୍ତି ।

ମମତା କୁଲକର୍ଣ୍ଣି ହିନ୍ଦୀ ସିନେମାରେ ଅନେକ ସୁପରଷ୍ଟାରଙ୍କ ସହ କାମ କରିଛନ୍ତି, ଯେପରିକି ‘ଛୁପା ରୁସ୍ତମ’, ‘ସେନ୍ସର’, ‘ଜାନେ-ଜିଗର’, ‘ଚାଇନା ଗେଟ୍’, ‘କିଲା’, ‘କ୍ରାନ୍ତିକାରୀ’, ‘ଜୀବନ ଯୁଦ୍ଧ’, ‘ନସୀବ’, ‘ ସେ ଯେଉଁ ଚଳଚ୍ଚିତ୍ରଗୁଡ଼ିକରେ ମୁଖ୍ୟ ଭୂମିକାରେ କାମ କରିଥିଲେ, ସେଥିରେ ବେକାବୁ’, ‘ବାଜି’, ‘କରଣ ଅର୍ଜୁନ’, ‘ତିରଙ୍ଗା’ ଅନ୍ତର୍ଭୁକ୍ତ। ଏବେ ମମତା କୁଲକର୍ଣ୍ଣୀ ଗ୍ଲାମର ଦୁନିଆକୁ ଛାଡି ଧର୍ମର ପଥ ଅନୁସରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Comments are closed.