Latest Odisha News

ୟୁଟ୍ୟୁବର ଏଲଭିଶ ଯାଦବଙ୍କ ବଢିଲା ଅଡୁଆ; ଏଫଆଇଆର ରୁଜୁ ନେଇ ଆଦେଶ ଦେଲେ କୋର୍ଟ

ଗାଜିଆବାଦ: ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବଂ ଯୁଟ୍ୟୁର ଏଲଭିଶ ଯାଦବଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ନିକଟରେ, ଗାଜିଆବାଦ କୋର୍ଟ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ଉପରେ ମେନକା ଗାନ୍ଧୀଙ୍କ ଏନଜିଓ ପିପୁଲ୍ ଫର୍ ଆନିମଲ୍ସ (ପିଏଫଏ)ର ସଦସ୍ୟ ସୌରଭ ଗୁପ୍ତାଙ୍କ ସୋସାଇଟିରେ ବଳପୂର୍ବକ ପ୍ରବେଶ କରି ତାଙ୍କୁ ପିଛା କରିବାର ଅଭିଯୋଗ ଆସିଛି ।

ସୂଚନା ଅନୁଯାୟୀ, ସୌରଭ ଗୁପ୍ତା ଗାଜିଆବାଦ କୋର୍ଟରେ ଏକ ଅଭିଯୋଗ ଦାଖଲ କରିଛନ୍ତି । ଅଭିଯୋଗ ଅନୁସାରେ, ଏଲଭିଶ ଯାଦବ ଏବଂ ତାଙ୍କ ସହଯୋଗୀମାନଙ୍କ ବିରୁଦ୍ଧରେ ଜୋରଜବରଦସ୍ତି ସେମାନଙ୍କ ସୋସାଇଟିରେ ପ୍ରବେଶ କରିଥିବା କୁହାଯାଇଛି । ଏହା ବ୍ୟତୀତ ଅଭିଯୋଗରେ ଦାବି କରାଯାଇଛି ଯେ, ଏଲଭିଶ ତାଙ୍କ ଏବଂ ତାଙ୍କ ଭାଇ ଗୌରବ ଗୁପ୍ତାଙ୍କ ଉପରେ ରେକି କରୁଥିଲେ ।

ସୂଚନା ମୁତାବକ, ଏହା ପୂର୍ବରୁ ପିଏଫଏ ନୋଏଡାରେ ଏଲଭିଶ ଯାଦବଙ୍କ ବିରୋଧରେ ଏକ ଏଫଆଇଆର ଦାୟର କରିଥିଲା । ଯାହା ପରେ ସେ ୟୁଟ୍ୟୁବରଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି । ଏହି ମାମଲାରେ ଗାଜିଆବାଦର ନନ୍ଦଗ୍ରାମ ପୋଲିସ ଷ୍ଟେସନରେ ମଧ୍ୟ ଅଭିଯୋଗ ଦାଖଲ କରାଯାଇଥିଲା । ହେଲେ ସ୍ଥାନୀୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ, ମାମଲା କୋର୍ଟରେ ପହଞ୍ଚିଲା । ଏବେ କୋର୍ଟ ଏହି ମାମଲାରେ ଏକ ଏଫଆଇଆର ପଞ୍ଜିକୃତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏଲଭିଶ ଯାଦବ ଟିଭିର ଲୋକପ୍ରିୟ ରିଆଲିଟି ଶୋ ‘ଲାଫଟର୍ ସେଫ୍ସ 2’ରେ ଅଂଶଗ୍ରହଣ କରୁଛନ୍ତି । ଏହି ଶୋ’ଟି ୨୫ ଜାନୁଆରୀରେ କଲର୍ସ ଟିଭିରେ ପ୍ରିମିୟର ହେବାକୁ ଯାଉଛି । ଏଥର ଏହି ଶୋ’କୁ ଭାରତୀ ସିଂହ ହୋଷ୍ଟ କରିବେ, ଏଲଭିଶଙ୍କ ବ୍ୟତୀତ ଏହି ଶୋ’ରେ ମନ୍ନାରା ଚୋପ୍ରା, ଅବଦୁ ରୋଜିକ୍, ରୁବିନା ଦିଲାଇକ୍ ପ୍ରମୁଖ ସାମିଲ ହେବେ ।

Comments are closed.