ନ୍ୟୁୟର୍କ: ଆମେରିକା ପୋଲିସ ଗୁରୁବାର ଜଣେ ୨୯ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି । ଏହି ବ୍ୟକ୍ତିଜଣଙ୍କ ମିଲିଟ୍ରି ବେସରେ ପଶିବା ପାଇଁ ଉଦ୍ୟମ କରୁଥିବାରୁ ସୁରକ୍ଷା କର୍ମୀ ତାଙ୍କୁ ଅଟକାଇଥିଲେ । ମୁଁ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଏଲିୟନଙ୍କ ବିଷୟରେ ତଥ୍ୟ ଦେବାକୁ ଆସିଛି କହିବା ପରେ ସୁରକ୍ଷାକର୍ମୀମାନେ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ଫକ୍ସ୩୫ରେ ଏହି ଖବର ପ୍ରକାଶ ପାଇଛି । ବ୍ୟକ୍ତିଙ୍କ ନାମ କୋରି ଜନଶନ ଓ ସେ ଏକ ଚୋରା ଟ୍ରକରେ ଫ୍ଲୋରିଡା ବ୍ରେବାର୍ଡ କାଂଉଟି ସ୍ଥିତ ପ୍ୟାଟ୍ରିକ ସ୍ପେସ ଫୋର୍ସ ବେସରେ ପଶିବାକୁ ଉଦ୍ୟମ କରୁଥିଲେ । ମୁଁ ଏକ ଗୁରୁତ୍ୱପୂର୍ଣ୍ଣ ମିଶନରେ ଅଛି, ରାଷ୍ଟ୍ରପତି ବାଇଡେନଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ବାର୍ତା ଦେବାକୁ ଅଛି ବୋଲି କହିଥିଲେ । ମୁଁ ସେହି ଏଲୟନ୍ସଙ୍କ ବିଷୟରେ କହିବାକୁ ଆସିଛି ଯେଉଁମାନେ ଚୀନ ଡ୍ର୍ୟାଗନ୍ସଙ୍କ ସହ ଲଢ଼େଇ କରୁଛନ୍ତି ବୋଲି କୋରି କହିଥିଲେ । ଏହି ଘଟଣା ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ଅବଶ୍ୟ ୟୁଜର୍ସମାନେ ଏହାକୁ ମଜାରେ ନେଇଛନ୍ତି । ପ୍ରକୃତ ଘଟଣା ସମ୍ପର୍କରେ କୌଣସି ତଥ୍ୟ ମିଳି ନାହିଁ । କୋରୀଙ୍କୁ ଚୋରୀ ଅଭିଯୋଗରେ ପୋଲିସ ଗିରଫ କରିଛି ।
BREAKING NEWS
- ଇଟାଲୀ ସ୍କୁଲରେ ବୁର୍ଖା ଓ ନକାବ ପିନ୍ଧିବା ଉପରେ କଟକଣା
- କୋଟିଆରେ ଆନ୍ଧ୍ରର ନିର୍ବାଚନ: ୫ ସରପଞ୍ଚ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର
- ସାବଧାନ! ବିସଲେରି ପାଣିରେ ମିଳିଲା ବିପଦଜନକ ଜୀବାଣୁ, ବିକ୍ରି ଉପରେ ନିଷେଧ
- ଥିରୁପାରାକୁଣ୍ଡ୍ରମ ପାହାଡ଼ରେ ଜଳିବ କାର୍ତ୍ତିଗାଇ ଦୀପମ: ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ
- Odisha Cold Wave: ରାଜ୍ୟରେ ବଢ଼ିଲା ଶୀତ ପ୍ରକୋପ, ୧୦ ଡିଗ୍ରୀ ତଳେ ପାରଦ
- ମଲଡୋଭା ପ୍ରାକ୍ତନ ପ୍ରଧାନମନ୍ତ୍ରୀଙ୍କ କିଟ୍ ଓ କିସ୍ ପରିଦର୍ଶନ, ୩ଜଣଙ୍କୁ ‘କିଓ’ ଜୀବନବ୍ୟାପୀ ସାଧନା ସମ୍ମାନ
- ଓଡ଼ିଶା କ୍ରାଫ୍ଟ ଓଡିସୀର ମୋଲ୍ଟେନ୍ ମନୋଲିଥ୍ ଡୋକ୍ରାର ଇତିହାସ, କାରିଗରୀ ଓ ସମକାଳୀନ କଳାକୁ କରୁଛି ଏକତ୍ରିତ
- Katak Violence:କଟକରେ ଦୁଇ ସାହି ମଧ୍ୟରେ ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ, ଢେଲାପଥର ମାଡ଼ରେ ଜଣେ ମୃତ,ଅନେକ ଆହତ
- ମିଳିତ ପୋଲିସ୍ ସେବା ପରୀକ୍ଷା–୨୦୨୪ର ଲିଖିତ ପରୀକ୍ଷା ଡିସେମ୍ବର ୨୬ ଓ ୨୭ ରେ ଅନୁଷ୍ଠିତ ହେବ
- ଇରାନର ଧମକ ପରେ ନିଜ ଘର ଛାଡ଼ି ମିଲିଟାରୀ ବେସ୍କୁ ସ୍ଥାନାନ୍ତରିତ ହେଲେ ଟ୍ରମ୍ପଙ୍କ ୫ ହେଭିୱେଟ ମନ୍ତ୍ରୀ
Comments are closed.