Latest Odisha News

ପିଲାର ସାଜ୍ଞାକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ଭିତରେ ହୋଇଗଲା ଛାଡ଼ପତ୍ର, କୋର୍ଟଙ୍କ ନିଷ୍ପତ୍ତି ସମସ୍ତଙ୍କୁ କଲା ତାଜୁବ

ନୂଆଦିଲ୍ଲୀ: ପିଲାର ସାଜ୍ଞାକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ଭିତରେ ହୋଇଛି ଛାଡ଼ପତ୍ର। ଆଉ ଏପ୍ରରି ଛାଡ଼ପତ୍ରକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏପରି ଘଟଣା ଘଟିଛି ଚୀନରେ। ନିଜ ପିଲାଙ୍କର ଉପନାମକୁ ନେଇ ଦମ୍ପତିଙ୍କ ମଧ୍ୟରେ ବିବାଦ ଏମିତି ହେଲା ଯେ ଶେଷରେ ସେମାନଙ୍କ ଭିତରେ ଛାଡପତ୍ରର କାରଣ ହୋଇଗଲା। ସାଉଥ ଚାଇନା ମର୍ନିଂ ପୋଷ୍ଟର ରିପୋର୍ଟ ଅନୁଯାୟୀ, ଦମ୍ପତି ଶାଓ ଏବଂ ଜୀ 2019 ରେ ବିବାହ କରିଥିଲେ। ସେହି ବର୍ଷ ସେମାନଙ୍କର ଏକ ଝିଅ ଜନ୍ମ ହୋଇଥିଲା, ଯାହାର ନାମ ଶାଓ ଥିଲା, 2021 ରେ ଜନ୍ମ ହୋଇଥିବା ପୁଅକୁ ଜି ନାମ ଦିଆଯାଇଥିଲା ।

ସ୍ୱାମୀ ଶାଓ ବାରମ୍ବାର ତାଙ୍କ ପତ୍ନୀଙ୍କୁ ପୁଅର ଉପନାମ ବଦଳାଇବାକୁ ଏବଂ ତାଙ୍କୁ ନିଜର ଉପନାମ ଦେବାକୁ କହିଥିଲେ, କିନ୍ତୁ ପତ୍ନୀ ମନା କରିଦେଇଥିଲେ। ସେମାନଙ୍କ ମଧ୍ୟରେ ଏନେଇ ବିବାଦ ଲାଗିରହିଥିଲା ଆଉ ଏହି ବିବାଦ ଶେଷରେ ଛାଡପତ୍ରର ରୂପ ନେଇଥିଲା। 2023ରେ ଏହି ବିବାଦ ପାଇଁ ସେମାନଙ୍କ ଭିତରେ ଛାଡ଼ପତ୍ର ହୋଇଥିଲା।  ଛାଡ଼ପତ୍ର ପରେ ଉଭୟ ପିଲା ନିଜ ମାଆଙ୍କ ସହ ରହିବାକୁ ଲାଗିଲେ। ତେବେ ଶାଓ ତାଙ୍କ ଝିଅର ଦାୟିତ୍ୱ ପାଇଁ ଦାବି କରିଥିଲେ, କିନ୍ତୁ ପୁଅର ଦାୟିତ୍ୱ ନେବାକୁ ମନା କରିଦେଇଥିଲେ।

ଅନ୍ୟପକ୍ଷରେ ଜି ଉଭୟ ପିଲାଙ୍କ ଦାୟିତ୍ୱ ପାଇଁ ଦାବି କରିଥିଲେ। ଉଭୟଙ୍କ ମଧ୍ୟରେ ଏହି ବିବାଦ ବଢ଼ିବା ପରେ ମାମଲା କୋର୍ଟରେ ପହଞ୍ଚିଥିଲା।  ଶାଣାଣି କରି କୋର୍ଟ କହିଥିଲେ ଯେ ଯେହେତୁ ମା ଦୀର୍ଘ ଦିନ ଧରି ପିଲାମାନଙ୍କର ଯତ୍ନ ନେଉଥିଲେ, ତେଣୁ ପିଲାମାନଙ୍କର ଦାୟତ୍ୱ ତାଙ୍କ ପାଖରେ ରହିବ।

Comments are closed.