Latest Odisha News

ସମ୍ବଲପୁର ଚିଡ଼ିଆଖାନାକୁ ଆସିଲା ନୂଆପଡ଼ାର ମଣିଷଖିଆ ବାଘ

ସମ୍ବଲପୁର: ସମ୍ବଲପୁର ଆସିଲା ନୂଆପଡା ଜିଲ୍ଲା କୋଦାପାଲିରୁ ଧରାଯାଇଥିବା ମଣିଷଖିଆ କଲରାପତ୍ରିଆ ବାଘ । ବନବିଭାଗ ଯନ୍ତା ସାହାର୍ଯ୍ୟରେ ତାକୁ ଆଣି ସମ୍ବଲପୁର ଚିଡିଆଖାନାରେ ରଖିଛନ୍ତି । ବିଳମ୍ବିତ ରାତିରେ ବାଘଟିକୁ ଅଣାଯାଇଥିବା ବେଳେ ପ୍ରଥମେ ତାକୁ କ୍ଵାରେଣ୍ଟାଇନରେ ରଖାଯାଇଛି । ସମ୍ବଲପୁର ଡେବ୍ରିଗଡ ୱାଇଲ୍ଡ ଲାଇଫ ଡିଏଫଓଙ୍କର ତତ୍ତ୍ଵାବଧାନରେ ଏକ ଟିମ ନୂଆପଡା ଯାଇ ବାଘକୁ ଆଣିଛନ୍ତି ।

ସୂଚନା ଅନୁସାରେ, ନୂଆପଡାରୁ ପିକଅପ ଭ୍ୟାନରେ ଥିବା ଯନ୍ତା ମାଧ୍ୟମରେ ତାକୁ ସମ୍ବଲପୁର ଅଣାଯାଇଛି । ସ୍ଥାନାନ୍ତର ପୂର୍ବରୁ ପ୍ରଥମେ ବନ୍ୟପ୍ରାଣୀ ବିଭାଗର ସ୍ୱତନ୍ତ୍ର ଡାକ୍ତରୀ ଟିମ ଦ୍ୱାରା ବାଘର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପରେ ବାଘଟିକୁ ଟ୍ରାଙ୍କୁଲାଇଜ କରି ସ୍ଥାନାନ୍ତର କରାଯାଇଛି । ତେବେ ପ୍ରଥମେ ବାଘଟିକୁ କ୍ଵାରେଣ୍ଟାଇନରେ ରଖାଯିବା ପରେ ଆଗକୁ ତାକୁ ଖୁଆଡରେ ରଖାଯିବା ନେଇ ସୂଚନା ମିଳିଛି । ବାଘର ଗତିବିଧି, ବ୍ୟବହାର ଦେଖି ୱାଇଲ୍ଡଲାଇଫ୍ ଓ ମେଡିକାଲ ଟିମ୍ ତାକୁ ଅଧିକ ଦିନ କ୍ୱାରେନ୍ଟାଇନରେ ରଖାଯିବ କି ନାହିଁ ନିଷ୍ପତ୍ତି ନେବେ ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଘରେ ବାହାରେ ଏକ ଶିଶୁ ଖେଳୁଥିବାବେଳେ ଏହି କଲରାପତ୍ରିଆ ବାଘଟି ଶିଶୁଟିକୁ ଟାଣି ନେଇ ମାରି ଖାଇଥିଲା । ଏହାର ଗୋଟେ ଦିନ ପରେ ପୁଣି ଜଣେ ମହିଳାଙ୍କୁ ମାରି ଖାଇଥିଲା ଏହି ମଣିଷଖିଆ ବାଘ । ବାଘ ଆକ୍ରମଣରେ ଅତିଷ୍ଟ ହୋଇପଡିଥିଲା ସମ୍ପୁର୍ଣ୍ଣ ଅଞ୍ଚଳ ସମେତ ଖୋଦ ବନବିଭାଗ । ବହୁ ପରିଶ୍ରମ ପରେ ଶେଷରେ ଗତ ୫ ତାରିଖରେ ବାଘକୁ ଧରିବାକୁ ସକ୍ଷମ ହୋଇଥିଲା ବନବିଭାଗ ।

Leave A Reply

Your email address will not be published.