Latest Odisha News

ଘରୋଇ ଉପାୟରେ କିପରି ପାଇବେ ସୁନ୍ଦର ତ୍ବଚା : ଆଜି ହିଁ ଆଳୁରୁ ପ୍ରସ୍ତୁତ ପେଷ୍ଟକୁ ମୁହଁରେ ଲଗାନ୍ତୁ..

ନୂଆଦିଲ୍ଲୀ : ଆଜିକାଲି ସମୟରେ ସୁନ୍ଦର ତ୍ବଚା ପାଇବା ପାଇଁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରୁଛି  । ବଜାରରେ ମଧ୍ୟ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ମିଳୁଛି । ଯାହା ତ୍ବଚାକୁ କ୍ଷତି ପହଞ୍ଚାଇବାର ଆଶଙ୍କା ବି ରହୁଛି । ଆସନ୍ତୁ ଜାଣିବା ଘରୋଇ ଉପାୟରେ କିପରି ସୁନ୍ଦର ତ୍ବଚା ପାଇ ପାରିବା , ତାହା ପୁଣି ଆଳୁକୁ ବ୍ୟବହାର  କରି । ସାଧାରଣତଃ ଆମେ ଆଳୁକୁ ରୋଷେଇରେ ବ୍ୟବହାର କରୁ  । କିନ୍ତୁ ଏହା ଆମ ତ୍ବଚା ପାଇଁ ବି ବହୁତ୍ ଲାଭକାରୀ । ସୁନ୍ଦର ଏବଂ ସୁସ୍ଥ ତ୍ବଚା ପାଇବାକୁ ହେଲେ ଫାଳେ ଆଳୁର ରସ ଓ ଗୋଟେ ଅଣ୍ଡାର ଧଳା ଅଂଶକୁ ଏକାଠି କରି ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ମୁହଁ ଓ ବେକରେ ଲଗାଇ ୨୦ ମିନିଟ୍‌ ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ ।

ଏହାଦ୍ୱାରା ତ୍ୱଚା ଉଜ୍ଜ୍ୱଳ କରେ । ଗୋଟେ ବଡ଼ ଚାମଚ ଆଳୁ ପେଷ୍ଟ ନିଅନ୍ତୁ, ସେହି ଚାମଚରେ ଗୋଟେ ଚାମଚ ଦହି ନେଇ ମିଶାଇ ଦିଅନ୍ତୁ । ଏବେ ପେଷ୍ଟକୁ ମୁହଁରେ ଲଗାଇ ଅଧଘଣ୍ଟା ପରେ ଧୋଇ ଦିଅନ୍ତୁ । ଆଳୁରୁ ପ୍ରସ୍ତୁତ ପେଷ୍ଟରେ ଆପଣ ହଳଦୀ ମିଶାଇ ମଧ୍ୟ ଲଗାଇପାରିବେ  । ସପ୍ତାହକୁ ଥରେ ଏହି ପ୍ୟାକ୍‌କୁ ମୁହଁରେ ଲଗାନ୍ତୁ । ଦେଖିବେ ଆପଣଙ୍କ ତ୍ବଚାରେ କିପରି ଚମକ ଆସିବ  । ଫାଳେ ଆଳୁ ରସରେ ଦୁଇ ଚାମଚ କଞ୍ଚା କ୍ଷୀରରେ ମିଶାଇ ତୁଳା ସାହାଯ୍ୟରେ ମୁହଁରେ ଲଗାଇବାର ୨୦ ମିନିଟ୍‌ ପରେ ମୁହଁକୁ ଧୋଇ ଦିଅନ୍ତୁ । ଏହାଦ୍ୱାରା ତ୍ୱଚାରେ ଚମକ ଆସେ ।

Leave A Reply

Your email address will not be published.