Latest Odisha News

BREAKING NEWS

ମିଳୁନି ମୁନ୍ଦେ ପିଇବା ପାଣି, ବିଡ଼ିଓଙ୍କ କାର୍ଯ୍ୟାଳୟ ସାମ୍ନାରେ ଥାଳି ପିଟି ପ୍ରତିବାଦ କଲେ ଗ୍ରାମବାସୀ

ସୁବର୍ଣ୍ଣପୁର: ବିଡ଼ିଓଙ୍କ କାର୍ଯ୍ୟାଳୟ ସାମ୍ନାରେ ଥାଳି ପିଟି ଗରା ବାଲ୍ଟି ଧରି ଗ୍ରାମବାସୀଙ୍କ ନିଆରା ପ୍ରତିବାଦ l ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅଧୀନ ସରଗଜ ଗ୍ରାମବାସୀ ଦୀର୍ଘଦିନ ହେବ ଭଲଭାବେ ପିଇବା ପାଣି ମୁନ୍ଦେ ପାଉନାହାନ୍ତି l ବାରମ୍ବାର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ ଫଳ ଶୂନ l ଫଳରେ ପାନୀୟ ଜଳ ଯୋଗାଇ ଦେବା ଦାବି କରି ମହିଳା ମାନେ ଆଜି ଗରା ବାଲ୍ଟି ଧରି ଆସିବା ସହ ଥାଳି ବଜାଇ ବ୍ଲକ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ  I

ଦୀର୍ଘ ବର୍ଷ ହେଲା ସରଗଜ ଗ୍ରାମର ପଶ୍ଚିମ ଦିଗରେ ଥିବା ନିବୃତ୍ତି ଯୋର କୂଳରେ ଆରଡବ୍ଲୁଏସଏସ ବିଭାଗ ପକ୍ଷରୁ ଓଭର ହେଡ଼ ଟ୍ୟାଙ୍କରରୁ ପାଇପ ଯୋଗେ ସରଗଜ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଣ କରାଯାଉଛି I ହେଲେ ଗ୍ରାମର ଉପର ମୁଣ୍ଡରେ ଥିବା ୭୦ ପ୍ରତିଶତ ଗ୍ରାମବାସୀମାନେ ପିଇବା ପାଣି ପାଇପାରୁନାହାନ୍ତି I ଯାହା ଫଳରେ ମହିଳା ମାନେ ନାହିଁ ନ ଥିବାର ଅସୁବିଧା ଭୋଗୁଛନ୍ତି I

ଯାହାକୁ ନେଇ ପାଇପ ଲାଇନ ମାଧ୍ୟମରେ ସରଗଜ ଗ୍ରାମର ସମସ୍ତ ଅଞ୍ଚଳକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ତରଭା ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିବା ପାଇଁ ଆସିଥିଲେ ମହିଳା ମାନେ I କିନ୍ତୁ ତାଙ୍କ ଅନୁପସ୍ଥିତିରେ ତରଭା ବ୍ଲକ ଆରଡବ୍ଲୁଏସଏସ ସହକାରୀ ଯନ୍ତ୍ରୀ ରବୀନ୍ଦ୍ର ସାହୁ ଙ୍କୁ ଭେଟି ପାନୀୟ ଜଳ ସମସ୍ୟା ନେଇ ଅବଗତ କରିବା ସହ ଲିଖିତ ଭାବେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ I

ସରଗଜ ଗ୍ରାମର ପାନୀୟ ଜଳର ସ୍ଥାୟୀ ସମାଧାନ ନ ହେଲେ ଆନ୍ଦୋଳନ ପନ୍ଥା ଗ୍ରହଣ କରିବା ସହ ଆବଶ୍ୟକ ହେଲେ ଆମରଣ ଅନଶନ କରିବାକୁ ଲିଖିତ ଆକାରରେ ଚେତାବନୀ ଦେଇଛନ୍ତି ମହିଳାମାନେ l

Leave A Reply

Your email address will not be published.