Latest Odisha News

BREAKING NEWS

ଖାଦ୍ୟ ପ୍ରଲୋଭନ ଦେଖାଇ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ

ଅଭୟଚାନ୍ଦପୁର : ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଘଟଣାଟି ପାରାଦୀପ ଅଭୟଚାନ୍ଦପୁର ଅଞ୍ଚଳରେ ଘଟିଛି  । ସୂଚନା ଅନୁଯାୟୀ, ନାବାଳିକା ଜଣକ ଘର ପାଖରେ ହେଉଥିବା ବାହାଘର ଭୋଜିରେ ବୁଲୁଥିବା ବେଳେ ଅଭିଯୁକ୍ତ  ସନିଆ ବେହେରା ତାକୁ କୁରୁକୁରି ଦେବାକୁ କହି  ସାଙ୍ଗରେ ଡାକି ନେଇଯାଇଥିଲା। ଘର ଲୋକ ଖୋଜାଖୋଜି କରି ନାବାଳିକାକୁ କ୍ଲବ ନିକଟରୁ ଉଦ୍ଧାର କରିଥିଲେ  ।

ଦୁଷ୍କର୍ମ କରିଥିବା ଅଭିଯୋଗ କରି ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଅଭୟଚାନ୍ଦପୁର ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଦଫା ୩୭୬AB, ୨୯୪ , ୩୨୩ ଆଇପିସି ଓ  ପୋସ୍କୋ ଆକ୍ଟ ରେ କେସ ରୁଜୁ କରାଯିବା ସହିତ ଅଧିକ ତଦନ୍ତ ଜାରି ରଖିଛି ପୋଲିସ। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନାବାଳିକାଙ୍କ ପରିବାର ଲୋକେ ଦାବି କରିଛନ୍ତି।

Leave A Reply

Your email address will not be published.