Latest Odisha News

BREAKING NEWS

ପାଣ୍ଡ୍ୟା, ଦ୍ରାବିଡ ଦାବୀ କଲେ ଧୀମା ପିଚ: ଫସିଗଲେ କ୍ୟୁରେଟର

ନୂଆଦିଲ୍ଲୀ: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦ ମ୍ୟାଚର ପିଚକୁ ନେଇ ବିବାଦ ଥମିବାର ନାମ ନେଉ ନାହିଁ । ଲୋ ସ୍କୋରିଂ ମ୍ୟାଚକୁ ନେଇ ଏହି ବିବାଦ ସୃଷ୍ଟି ହୋଇଥିଲା । ବିସିସିଆଇ ମଧ୍ୟ ପିଚ କ୍ୟୁରେଟର ସୁରେନ୍ଦ୍ର କୁମାରଙ୍କୁ ହଟେଇ ସଞ୍ଜୀବ ଅଗ୍ରୱାଲଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଟିମ ଇଣ୍ଡିଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପିଚ ଟି୨୦ ଖେଳିବା ପାଇଁ ଉପଯୁକ୍ତ ନ ଥିଲା ବୋଲି କହିଛନ୍ତି । ରିପୋର୍ଟ ମୁତାବକ କ୍ୟୁରେଟର ପ୍ରଥମେ ୨ଟି ପିଚ ନିର୍ମାଣ କରିଥିଲେ । ଏହି ୨ଟି ଯାକ ପିଚ କଳା ମାଟିରେ ତିଆରି ହୋଇଥିଲା । ଶେଷ ମୂହର୍ତରେ ନାଲି ମାଟିରେ ପିଚ କରିବା ପାଇଁ ହାର୍ଦ୍ଦିକ ଓ କୋଚ ରାହୁଲ ଦ୍ରାବିଡ କ୍ୟୁରେଟରଙ୍କୁ କହିଥିଲେ ।

ତରବରିଆ ଭାବେ ପିଚ କରିବା ଯୋଗୁ ଏହା ଧୀମା ରହିଥିଲା । ତେବେ ବିସିସିଆଇ ପ୍ରକୃତ ଘଟଣା ଜାଣିବା ବଦଳରେ କ୍ୟୁରେଟରଙ୍କୁ ହଟେଇ ଦେଇଥିଲା । ଏଠାରେ ଅନୁଷ୍ଠିତ ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୯୯ ରନ କରିଥିଲା । ଭାରତ ଶେଷ ଓଭରରେ ମ୍ୟାଚକୁ ଜିତି ନେଇଥିଲା ।

Leave A Reply

Your email address will not be published.