Latest Odisha News

BREAKING NEWS

କାଶୀପୁରରେ ଗୁଣି ସନ୍ଦେହରେ ଜଣକୁ ହତ୍ୟା; ୬ ଜଣ ଗିରଫ

ରାୟଗଡ଼ା: ଗୋଟିଏ ପଟେ କାଶୀପୁର ବ୍ଲକରେ ହଇଜାରେ ମୁଣ୍ଡ ଗଡୁଥିବା ବେଳେ ଏବେ ଗୁଣି ସନ୍ଦେହରେ ଶୁକ୍ରବାର ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି । କାଶୀପୁର ବ୍ଲକରେ ଅନ୍ଧବିଶ୍ୱାସର କୁପରିଣତି ଦଇ ମାଝୀ ନାମକ ବ୍ୟକ୍ତିଙ୍କ ହତ୍ୟା ହୋଇଛି ।

ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଶୁକ୍ରବାର ଗୁଣି କରୁଥିବା ସନ୍ଦେହରେ ଟିଟିଗୁଡା ଗାଁର ଦଇ ମାଝିଙ୍କୁ ଗାଁର କିଛି ଲୋକ ପିଟିପିଟି ମାରି ଦେଇଛନ୍ତି । ତାଙ୍କ ପୁଅକୁ ମଧ୍ୟ ଆକ୍ରମଣ ହୋଇଥିବା ବେଳେ ଅଳ୍ପକେ ବର୍ତି ଯାଇଛନ୍ତି ପୁଅ ଦୂର୍ଯ୍ୟ ମାଝି ।

ଦୂର୍ଯ୍ୟ ମାଝିକୁ ମଧ୍ୟ ଘରୁ ଟାଣି ଆଣି ଏକ ବିଦ୍ୟୁତ ଖୁଣ୍ଟାରେ ବାନ୍ଧି ପିଟିବା ସମୟରେ ସେ କୌଶଳ କ୍ରମେ ଖସି ଟିକିରି ଥାନାରେ ପହଞ୍ଚି ଯାଇଥିଲେ । ପୋଲିସ ତାଙ୍କୁ ଡାକ୍ତରଖାନା ଭର୍ତି କରି ଥିଲା ।

ତେବେ ଆଜି ଦୂର୍ଯ୍ୟ ମାଝିର ଏତଲା ଏବଂ ବୟାନ ଆଧାରରେ ରାୟଗଡ଼ାରୁ ଏକ ସାଇଣ୍ଟିଫିକ ଟିମ ଗାଁରେ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ଅନୁସନ୍ଧାନ କରିଛି । ଏବଂ ଏହି ହତ୍ୟା ମାମଲାରେ ସମ୍ପୃକ୍ତ ମାନୁ ମାଝି (୩୨) , ଳାମ୍ବୁ ମାଝି ( ୨୨ ) ଦିନା ମାଝି ( ୬୦ ) , ନର ମାଝି ( ୭୦ ) , ଭୀମା ମାଝି (୩୨) ଏବଂ ରାଜୀବ ମାଝି (୨୮) କୁ ଗିରଫ କରିଛି ।

Leave A Reply

Your email address will not be published.