Latest Odisha News

BREAKING NEWS

ପୁଅ ଆଗରେ ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ୱାମୀ

ମେରଟ: ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କଲା ସ୍ୱାମୀ । ଆଗରେ ପୁଅ ଠିଆ ହେଇ କାକୁତି ମିନତୀ ହେଉଥିଲା । ହାତୁଡ଼ିରେ ମୁଣ୍ଡକୁ ଛେଚି ମାରିଦେଲା ସ୍ୱାମୀ । ହତ୍ୟା କରିବା ପରେ ଥାନାରେ ଯାଇ ଆତ୍ମସମର୍ପଣ କରିଛି ଏହି ବ୍ୟକ୍ତି ।

ଶିବଲୋକପୁରୀରେ ରହୁଥିବା ଦେବେନ୍ଦ୍ର ସିଂ କହିଛି ଯେ, ତାର ଦୈନିକ ସ୍ତ୍ରୀ ସହ ଝଗଡ଼ା ହେଉଥିଲା । କରୋନା ସମୟରେ ତାର ଚାକିରି ଚାଲିଯାଇଥିବାରୁ ଘରେ ଅଶାନ୍ତି ଲାଗି ରହୁଥିଲା । ଗୁରୁବାର ଦେବେନ୍ଦ୍ର ଘରେ ପହଞ୍ଚିବା ବେଳକୁ ସ୍ତ୍ରୀ ପୁଅକୁ ପାଟି କରୁଥିଲେ ।

ଉତକ୍ଷିପ୍ତ ହୋଇ ଦେବେନ୍ଦ୍ର ସ୍ତ୍ରୀଙ୍କ ସହ ଝଗଡ଼ା କରିଥିଲା । ପରେ ଉତ୍ତେଜିତ ଅବସ୍ଥାରେ ସ୍ତ୍ରୀକୁ ଏକ ହାତୁଡ଼ିରେ ପିଟିଥିଲା । ତା ପରେ ଏକ ଧାରୁଆ ଛୁରୀରେ ସ୍ତ୍ରୀର ଗଳା ଏବଂ ମୁହଁ କାଟି ହତ୍ୟା କରିଥିଲା ବୋଲି ପୋଲିସ କହିଛି । ଆଗରେ ୧୦ ବର୍ଷର ପୁଅ କାନ୍ଦିକାନ୍ଦି ଅନୁରୋଧ କରିବା ପରେ ବି ଦେବେନ୍ଦ୍ର ପ୍ରକୃତିସ୍ଥ ନ ହୋଇ ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କରିଥିଲା । ଦେବେନ୍ଦ୍ରଙ୍କ ସ୍ତ୍ରୀ ପ୍ରତିମା ଏକ ସରକାରୀ ସ୍କୁଲରେ ପ୍ରାଥମିକ ଶିକ୍ଷକ ଥିଲେ ।

Leave A Reply

Your email address will not be published.