Latest Odisha News

BREAKING NEWS

ସେକେଣ୍ଡ ହ୍ୟାଣ୍ଡ ସ୍କୁଟି କିଣୁଥିବା ବେଳେ ଧରାପଡ଼ିଲା ୪୫ ହଜାର ଟଙ୍କା ନକଲି ନୋଟ

ବରଗଡ଼: ଧରାପଡ଼ିଲା ୪୫ ହଜାର ଟଙ୍କାର ନକଲି ନୋଟ। ବରଗଡ଼ ଜିଲ୍ଲାରେ ଏକ ସେକେଣ୍ଡ ହ୍ୟାଣ୍ଡ ବାଇକ୍ କିଣିବା ସମୟରେ ୪୫ ହଜାର ଟଙ୍କାର ନକଲି ନୋଟ୍‌ ସହ ଜଣେ ନାବାଳକକୁ ପୋଲିସ ଧରିଛି। ଏହି ମାମଲାରେ ଜଣେ ନାବାଳକକୁ ବରଗଡ଼ ଟାଉନ ଥାନା ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ତେବେ ବରଗଡ଼ ସହରର ସ୍ବାଗତ ସାହୁ ନମକ ଜଣେ ଯୁବକ ନିଜ OLA ସ୍କୁଟିକୁ ବିକ୍ରି ପାଇଁ OLXରେ ବିଜ୍ଞାପନ ଦେବା ପରେ ତାଙ୍କ ସ୍କୁଟି କିଣିବାକୁ ଆସି ତାଙ୍କୁ ପ୍ରାୟ ୪୫ ହଜାର ଟଙ୍କା ଦିଆଯାଇଥିଲା।

ସେହି ଟଙ୍କାରେ ସ୍କୁଟି କିଣା ପାଇଁ ଡିଲ୍ ଫାଇନାଲ ହୋଇଥିଲା । ତେବେ ଏହି ଟଙ୍କାକୁ ଗଣିବା ବେଳେ ନକଲି ହୋଇଥିବା ସନ୍ଦେହ ହେବାରୁ ସେ ପ୍ରଥମେ ବ୍ୟାଙ୍କ ଓ ପରେ ଟାଉନ ଥାନା ଦ୍ୱାରସ୍ଥ ହୋଇ ଘଟଣା ସମ୍ପର୍କରେ ଜଣାଇଥିଲେ। ଏନେଇ ବରଗଡ଼ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଜଣେ ନାବାଳକକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ଏହି ନକଲି ନୋଟରେ ୫୦୦, ୨୦୦ ଓ ୧୦୦ ଟଙ୍କିଆ ନୋଟ ରହିଛି। ତେବେ କେଉଁ ସ୍ଥାନରୁ ନକଲି ନୋଟ ଆସିଲା। ତା ସହ ଏହି ମାମଲାରେ ଆଉ କେଉଁମାନଙ୍କ ସଂପୃକ୍ତି ରହିଛି ସେନେଇ ପୋଲିସ ଅ ଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.