ଜେଜେବାପା ଓ ଜେଜେମାଆଙ୍କ ସହିତ ନାତିନାତୁଣୀଙ୍କ ସମ୍ପର୍କ ସବୁବେଳେ ଭିନ୍ନ ଓ ଅନ୍ୟ ସବୁ ସମ୍ପର୍କଠାରୁ ମିଠାମିଠା । ଯେ କୌଣସି ପରିବାରରେ ହେଉନା କାହିଁକି ବାପାମାଆଙ୍କୁ ଛାଡ଼ିଦେଲେ ପ୍ରତ୍ୟେକ ପିଲା ନିଜ ନିଜର ଜେଜେବାପା ଜେଜେମାଆଙ୍କୁ ଅନ୍ୟମାନଙ୍କଠାରୁ ସବୁଠୁ ଅଧିକ ଭଲ ପାଆନ୍ତି । ଅନେକ ସମୟରେ ଦେଖାଯାଏ ଜେଜେବାପା ଓ ଜେଜେମାଆଙ୍କ ପାଖରେ ରହିଲେ ପିଲାମାନେ ନିଜ ବାପାମାଆଙ୍କୁ ମଧ୍ୟ ଭୁଲି ଯାଆନ୍ତି । ବାସ୍ତବରେ କହିଲେ ଜେଜେବାପା ଜେଜେମାଆ ଓ ନାତିନାତୁଣୀଙ୍କ ଭିତରେ ସବୁବେଳେ ଏକ ମଧୁର ସମ୍ପର୍କ ଗଢି ଉଠିଥାଏ, ଯେଉଁ ସମ୍ପର୍କ ପାଇଁ ଜୀବନଯାକ ଜେଜେବାପା ଓ ଜେଜେମାଆଙ୍କୁ ଭୁଲି ପାରନ୍ତି ନାହିଁ ପିଲାମାନେ । ଦେଖାଯାଏ, ସେମାନଙ୍କ ସ୍ମୃତିକୁ ତାଜା କରିବା ପାଇଁ ବେଳେ ବେଳେ ଅନେକ ନାତିନାତୁଣି କିଛି ଭିନ୍ନ କରିଥାନ୍ତି । କେହି କେହି ସେମାନଙ୍କ ସୁନ୍ଦର ସମାଧି ତିଆରି କରନ୍ତି ତ ଆଉ କିଏ ସେମାନଙ୍କ ନାମରେ ନାମିତ କରନ୍ତି ଗଛଲତାକୁ । ନିକଟରେ ନିଜ ଜେଜେବାପା ଓ ଜେଜେମାଆଙ୍କ ସ୍ମୃତି ଉଦ୍ଧେଶ୍ୟରେ କିଛି ଭିନ୍ନ କରି ଚର୍ଚ୍ଚିତ ହୋଇଛନ୍ତି ମହାରାଷ୍ଟ୍ର ପୁଣେ ବାସିନ୍ଦା ଜଣେ ଯୁବକ । ବ୍ୟକ୍ତି ଜଣକ କହିଛନ୍ତି, ୯ ମାସ ଭିତରେ ତାଙ୍କ ଜେଜେବାପା ଓ ଜେଜେ ମାଆ ଆମକୁ ଛାଡ଼ି ଚାଲି ଗଲେ । ଯାହା ମୋତେ ଓ ମୋ ପରିବାର ବହୁତ ଆଘାତ ଦେଇଛି । ତାଙ୍କ ବିନା ରହିବା ମୋ ପାଇଁ କଷ୍ଟକର ହୋଇପଡ଼ିଲା । ତେଣୁ ଉଭୟଙ୍କ ସ୍ମୃତିରେ ସେ ନିଜ ଶରୀରରେ ଟାଟୁ କରିଛନ୍ତି । ଜେଜେବାପା ଲୁଙ୍ଗି ପିନ୍ଧି ହାତ ପଛକୁ କରି ଛିଡ଼ା ହୋଇ ହସୁଥିବାର ଟାଟୁ କରିଛନ୍ତି । ସେହିପରି ଜେଜେ ମାଆ ଚା’ ପିଉଥିବା କପ୍ ପ୍ଲେଟର ଟାଟୁ କରିଛନ୍ତି । ଏହି ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁ୍ବ ଭାଇରାଲ ହୋଇଛି ।
BREAKING NEWS
- ୱିକେଟକିପର ସାଜିଲେ ଯଶସ୍ୱୀ ଜୈସୱାଲ !
- ହୀରୋ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଉପରେ ଭାରତୀୟ ପୁରୁଷ ହକି ଦଳର ନଜର
- ୟୁକ୍ରେନରେ ଋଷର ବଡ଼ ଆକ୍ରମଣ: ବସ୍ ଉପରେ ବୋମା ବିସ୍ଫୋରଣରେ ୩୩ ନାଗରିକ ମୃତ
- ପାଠ୍ୟ ପୁସ୍ତକ ଉତ୍ପାଦନ ଓ ବିପଣନ କାର୍ଯ୍ୟାଳୟରେ ବଡ଼ ସ୍କାମ: ଚାକିରି ପାଇଁ ବୟସ ଜାଲିଆତି ଅଭିଯୋଗ
- Bbsr-Daspalla MEMU Train:ମେମୁ ଟ୍ରେନ୍ରୁ କଲେଜର ଅଧକ୍ଷଙ୍କ ମୃତଦେହ ଉଦ୍ଧାର
- ଅଷ୍ଟ୍ରେଲୀୟ କ୍ରିକେଟର ଜେକ୍ ୱେଦରାଲ୍ଡ ଗୁରୁତର ଆହତ: ବାଉଣ୍ଡ୍ରିରେ ମେଟାଲ୍ ବୋର୍ଡ ସହ ପିଟି ହୋଇଯାଇଥିଲା ମୁଣ୍ଡ
- କାହିଁକି ଶ୍ରୀମନ୍ଦିରର ଜେଟିପି ଲଖିଆକୁ ଗିରଫ କରୁନି ପୋଲିସ? ଅଭିଯୁକ୍ତ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି
- ହକର ଲଢ଼େଇ: ପେସା ଆଇନ୍ ଓ ଜଙ୍ଗଲ ଅଧିକାର ଆଇନର ଉପଯୁକ୍ତ କାର୍ଯ୍ୟକାରିତା ପାଇଁ ଦାବି
- FIR against Rahul, Priyanka: ଜନ୍ତରମନ୍ତରରେ ଧସ୍ତାଧସ୍ତି, ‘ପ୍ରିୟଙ୍କା ମାରିଲେ କହୁଣୀ, ରାହୁଲ କଲେ ଦୁର୍ବ୍ୟବହାର…’, ବିଜେପିର ବଡ ଅଭିଯୋଗ, ଦୁହିଁଙ୍କ ନାଁରେ FIR!
- Raid at Medicine Stores:୨୨୦ଟି ଔଷଧ ଦୋକାନରେ ଚଢ଼ଉ;ଏହି ଜିଲ୍ଲାରୁ ୧୦ଲକ୍ଷର ନିଶା ଇଞ୍ଜେକସନ୍ ଓ ଯନ୍ତ୍ରପାତି ଜବତ

Comments are closed.