Latest Odisha News

୩୦ ବର୍ଷରେ ଏକ କୋଟି ଗଛ ଲଗାଇଲେଣି ଟ୍ରି ମ୍ୟାନ୍ ଅଫ୍ ଇଣ୍ଡିଆ

ରାଜସ୍ଥାନ: ବୃକ୍ଷ ହିଁ ଜୀବନ । ଆମେ ଉଦ୍ଭିଦରୁ ଅମ୍ଳଜାନ ପାଇଥାଉ । ହେଲେ ଏବେ ବେଧଡ଼କ ଭାବେ ଗଛକଟା ଚାଲିଛି । ଜଙ୍ଗଲ ନଷ୍ଟ ହେଉଛି । ଏପରି ପରିସ୍ଥିତିରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ତାଙ୍କ ଜୀବନର ୩୦ ବର୍ଷ ପରିବେଶ ଏବଂ ପ୍ରକୃତି ପାଇଁ ଉତ୍ସର୍ଗ କରି ଦେଇଛନ୍ତି । ସେ ୩୦ ବର୍ଷ ଭିତରେ ଏକ କୋଟିରୁ ଊର୍ଦ୍ଧ୍ୱ ଗଛ ଲଗାଇ ସାରିଲେଣି । ଏଥିଲାଗି ଏବେ ସେ ଟ୍ରି ମ୍ୟାନ୍ ଅଫ୍ ଇଣ୍ଡିଆ ଭାବେ ପରିଚିତ ।

ରାଜସ୍ଥାନର ଟନ୍କ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ବିଷ୍ଣୁ ଲାମ୍ବା । ନିଜ ଜନ୍ମମାଟିରୁ ହିଁ ସେ ଗଛ ଲଗାଇବା ଆରମ୍ଭ କରିଥିଲେ । ତାଙ୍କୁ ଯେତେବେଳେ ମାତ୍ର ୭ ବର୍ଷ ହୋଇଥିଲା ସେତେବେଳେ ସେ ତାଙ୍କ ମାଙ୍କ ସାହାଯ୍ୟରେ ପ୍ରଥମ ଚାରା ରୋପଣ କରିଥିଲେ । ଏହା ପରେ ମା’ଙ୍କଠୁ ପ୍ରେରଣା ପାଇ ଗଛ ଲଗାଇବାକୁ ଇଚ୍ଛା ହେଲା । ବୃକ୍ଷରୋପଣ ପ୍ରତି ତାଙ୍କର ଆଗ୍ରହ ବଢିବା କାରଣରୁ ସେ ଲୋକଙ୍କ ଘରୁ ଚୋରି କରି ଚାରା ରୋପଣ କଲେ । ଏନେଇ ତାଙ୍କୁ ଲୋକେ ଖୁସିରେ ଗଛ ଚୋର ଭାବେ ଡ଼ାକିଥାନ୍ତି । ସେ ୩୦ ବର୍ଷ ଭିତରେ ୧ କୋଟିରୁ ଉର୍ଦ୍ଧ୍ୱ ଗଛ ଲଗାଇ ସାରିଲେଣି ।

ବିଷ୍ଣୁ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ସେ ଏକ କୋଟି ଚାରା ରୋପଣ କରିଛନ୍ତି । ଆଗକୁ ୫ କୋଟି ଗଛ ଲଗାଇ ସଂରକ୍ଷଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେ ପ୍ରତ୍ୟେକ ଲୋକଙ୍କୁ ଜୀବନରେ ମାତ୍ର ୫ଟି ଗଛ ଲଗାଇବା ଓ ଯତ୍ନ ନେବାକୁ ନିବେଦନ କରିଥାନ୍ତି । ତାଙ୍କର ଏପରି ମହତ କାର୍ଯ୍ୟ ଦେଖି ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କୁ ଟ୍ରି ମ୍ୟାନ୍ ଅଫ୍ ଇଣ୍ଡିଆ ଆଖ୍ୟା ପ୍ରଦାନ କରିଥିଲେ । ଏବେ ସେ ଶ୍ରୀ କାଲପାଟାରୁ ସନ୍ଥଙ୍କ ସହିତ ଜଡିତ । ପ୍ରକୃତିର ସଂରକ୍ଷଣ ଏବଂ ବୃକ୍ଷ ରୋପଣ ପାଇଁ ଏହି ଅନୁଷ୍ଠାନ ଜଣାଶୁଣା ।

Leave A Reply

Your email address will not be published.