Latest Odisha News

କେମିତି ପାଇବେ ଟ୍ରେନ୍ ଦୁର୍ଘଟଣା ସହାୟତା ?

ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରରେ ଅଧିକ ଆହତ ହୋଇଛନ୍ତି । ମୃତକଙ୍କୁ ଚିହ୍ନଟ କରିବା ଲାଗି ରେଳ ବିଭାଗ ଓ ସରକାରଙ୍କୁ ଫଟୋ ସହ ତାଲିକା ଜାରି କରାଯାଇଛି ।

ମୃତକଙ୍କ ସମ୍ପର୍କୀୟ ପ୍ରମାଣ ଦେଇ ହସ୍ପିଟାଲରୁ ମୃତଦେହ ଗ୍ରହଣ କରିବା ପରେ କ୍ଷତିପୂରଣ ପାଇବେ । ମୃତକଙ୍କ ସହ ରକ୍ତ ସମ୍ପର୍କ ଥିବା ବ୍ୟକ୍ତିଙ୍କୁ ସହାୟତା ଅର୍ଥ ମିଳିବ । ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲେ ସ୍ତ୍ରୀ, ସ୍ତ୍ରୀର ମୃତ୍ୟୁ ହୋଇଥିଲେ ସ୍ୱାମୀଙ୍କୁ ଅର୍ଥ ରାଶି ମିଳିବ । ମୃତ୍ୟୁ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କା ଦିଆଯିବ । ୫୦ ହଜାର ଟଙ୍କା ନଗଦ ସହ ୯ ଲକ୍ଷ ୫୦ ଲକ୍ଷ ଟଙ୍କା ଚେକ୍ ମିଳିବ ।

ସେହିଭଳି ଗୁରୁତରଙ୍କୁ ୫ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ଅନୁକମ୍ପା ମୂଳକ ସହାୟତା ଦେଉଛି ରେଳବାଇ । ରବିବାର ରେଲୱେ ବୋର୍ଡ କରିଥିବା ଘୋଷଣା ଅନୁସାରେ, ବାହାନଗାରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ସମସ୍ତଙ୍କୁ ଅନୁକମ୍ପା ରାଶି ମିଳିବ । ଟିକେଟ୍ ନଥିଲେ ବି ଅନୁକମ୍ପା ଅର୍ଥ ରାଶି ଦିଆଯିବ ବୋଲି ରେଲୱେ ବୋର୍ଡ ଘୋଷଣା କରିଥିଲା ।

ତା ଛଡ଼ା ଯେଉଁ ଯାତ୍ରୀ ଆଇଆରସିଟିସି ଜରିଆରେ ଅଲାଇନ୍ ଟିକେଟ୍ କରିଥିବେ ଏବଂ ଇନ୍ସୁରାନ୍ସ ବିକଳ୍ପ ମାତ୍ର ୩୫ ପଇସା ଦେଇ ବାଛିଥିବେ ସେମାନଙ୍କୁ ମଧ୍ୟ ସହାୟତା ମିଳିବ । ଆଇଆରସିଟିସିରେ ଅନଲାଇନ୍ ଟିକେଟ୍ କରିଥିଲେ ଦୁର୍ଘଟଣା କ୍ଷେତ୍ରରେ ୧୦ ଲକ୍ଷ ଟଙ୍କା ଯାଏ ଜୀବନ ବୀମା ମିଳିଥାଏ । ଏଥିପାଇଁ ଆପଣ ଆଇଆରସିଟିସିର ସହାୟତା ନେଇ ପାରିବେ ।

Leave A Reply

Your email address will not be published.