Latest Odisha News

BREAKING NEWS

ବିଶ୍ୱ ପରିବେଶ ଦିବସ ୨୦୨୩ ଜେଏସପି ବଡ଼ବିଲ, ଟେନସା ଏବଂ କାସିଆ ୟୁନିଟରେ ପାଳିତ

ଯୋଡ଼ା/ବଡ଼ବିଲ: ବିଶ୍ୱ ପରିବେଶ ଦିବସ ୨୦୨୩, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ବଡ଼ବିଲ ପେଲେଟ ପ୍ଲାଣ୍ଟ, ଟେନସା ଏବଂ କାସିଆ ମାଇନ୍ସରେ ମହା ସମାରୋହରେ ପାଳିତ ହୋଇଯାଇଛି | ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସ “ପ୍ଲାଷ୍ଟିକ୍ ପ୍ରଦୂଷଣ ରୋକିବା” ବିଷୟବସ୍ତୁ ଉପରେ ପାଳନ କରାଯାଉଛି, – ଏହା ସ୍ମରଣ କରାଏ ଯେ ପ୍ଲାଷ୍ଟିକ୍ ପ୍ରଦୂଷଣ ପ୍ରସଙ୍ଗରେ ଲୋକଙ୍କ କାର୍ଯ୍ୟକଳାପ ବିଶେଷ ମହତ୍ୱ ରଖେ ।

ଏହି ଉତ୍ସବକୁ ପାଳନ କରିବା ପାଇଁ ୟୁନିଟ୍ ଗୁଡିକର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ସଚେତନତା ସମାବେଶ, ଏବଂ କଲୋନୀ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଏବଂ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ପେଲେଟ୍ ପ୍ଲାଣ୍ଟ ୟୁନିଟ୍ ମୁଖ୍ୟ ପୁରୁଷୋତ୍ତମ ଏମ୍ ଡି, କାସିଆ ମାଇନ୍ସ ମୁଖ୍ୟ  ପ୍ରମୋଦ କୁମାର ପାତ୍ର, ଟେନସା ମାଇନ୍ସ ମୁଖ୍ୟ କମଳାକାନ୍ତ ନନ୍ଦ, ବରିଷ୍ଠ ଅଧିକାରୀ, କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ଏହି କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମଗୁଡିକ ପରିବେଶ ଏବଂ ଉଦ୍ୟାନ କୃଷି ବିଭାଗ ଦ୍ୱାରା ପରିଚାଳିତ ହୋଇଥିଲା ।

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ ମଧ୍ୟ ପାରିପାର୍ଶ୍ୱିକ ଗ୍ରାମରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ପରବର୍ତ୍ତୀ ପିଢ଼ି ପାଇଁ ପରିବେଶର ସୁରକ୍ଷା ଦିଗରେ ଲକ୍ଷ୍ୟ ରଖାଯାଇଥିବା ଏହି କାର୍ଯ୍ୟକ୍ରମ ଗୁଡିକରେ ନିକଟସ୍ଥ ସ୍କୁଲ ପିଲା ଗ୍ରାମବାସୀ ଓ ପଂଚାୟତର ସରପଞ୍ଚ, ସମିତିସଭ୍ୟ ମାନେ ଅଂଶ ଗ୍ରହଣ କରିଥିଲେ ।

ବିଶ୍ୱ ପରିବେଶ ଦିବସରେ ଟ୍ୱିଟ କରି ଜେଏସପିର ମାନ୍ୟବର ଚେୟାରମ୍ୟାନ୍ ନବୀନ ଜିନ୍ଦଲ ଲେଖିଛନ୍ତି, “ଆମକୁ ପୋଷଣ କରୁଥିବା ଗ୍ରହକୁ ପ୍ରତିପୋଷଣ କରିବା ପାଇଁ ପ୍ରତିଶୃତିବଦ୍ଧ ହେବା ଆମର କର୍ତ୍ତବ୍ୟ । ଆମର ଛୋଟ ପଦକ୍ଷେପଗୁଡିକ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାରେ ସହାୟକ ହେବ । ପ୍ରାକୃତିକ ସମ୍ପଦ ବ୍ୟବହାରରେ ହ୍ରାସ ଆଣିବା ସହ ପୁନଃ ବ୍ୟବହାର ଉପଯୋଗୀ କରିବା ଉଚିତ । ଆମକୁ ସର୍ବଦା ମନେ ରଖିବାକୁ ହେବଯେ ଜୀବନ ବଂଚି ରହିବା ପାଇଁ ପୃଥିବୀ ଏକ ମାତ୍ର ଗ୍ରହ।“

ଏହି ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ଜେଏସପି ଫାଉଣ୍ଡେସନର ମୁଖ୍ୟ ଶାଲୁ ଜିନ୍ଦଲ କହିଛନ୍ତି “ଆସନ୍ତୁ ପ୍ଲାଷ୍ଟିକ ବ୍ୟବହାର ବର୍ଜନ କରିବା, ଯାହା ସମୁଦ୍ର, ଜଙ୍ଗଲ,ମାଟିର ଅପୁରାଣୀୟ କ୍ଷତି କରିଥାଏ । ଜେଏସପି ଫାଉଣ୍ଡେସନ୍ ପରିବେଶ ସୁରକ୍ଷା ପାଇଁ ତାର କାର୍ଯ୍ୟକ୍ରମରେ ସମସ୍ତ ନୀତି ନିୟମକୁ ପାଳନ କରେ । ପରିବେଶକୁ ସୁରକ୍ଷା ଦେବାପାଇଁ ଆମେ ଏବର୍ଷର ବିଶ୍ଵପରିବେଶ ଦିବସରେ ଥିବା ଥିମକୁ ଦେଶସାରା ଚାଲିଥିବା ପ୍ରକଳ୍ପ ଗୁଡିକରେ ଅନୁସରଣ କରୁଛୁ ।“

Leave A Reply

Your email address will not be published.